The Ultimate Managed Hosting Platform
ADVERTISEMENT

ହରିଆଣାରେ ହାଇଭୋଲଟେଜ ଲଢେଇ

Facebook
Twitter
LinkedIn

ନୂଆଦିଲ୍ଲୀ : ହରିଆଣା ଗୁରୁଗ୍ରାମରେ ଏଥରେ ଦେଖିବାକୁ ମିଳିବ ହାଇଭୋଲଟେଜ ଲଢେଇ । ସେଠାରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ଅଭିନେତା ରାଜ ବବର । ସେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ । ୨୦୦୯ରୁ ବର୍ତ୍ତମାନ ଯାଏ ସାଂସଦ ଅଛନ୍ତି ରାଓ ଇନ୍ଦ୍ରଜିତ ସିଂ । ସେ ୨୦୨୧ରୁ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଆସିଛନ୍ତି । ସେପଟେ ହରିଆଣା ସିର୍ସାରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିଓ୍ବେଟ କୁମାରୀ ଶୈଳଜା । ସେ ଥରେ ରାଜ୍ୟସଭା ସାଂସଦ ଥିଲେ ଏବଂ କେନ୍ଦ୍ର ପର୍ୟ୍ୟଟନ, ସାମାଜିକ ନ୍ୟାୟ ବିଭାଗ ମନ୍ତ୍ରୀ ଥିଲେ । ଶୈଳଜାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ଅଶୋକ ତନଓ୍ବର । ସେ ସିର୍ସା ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହୋଇ ଦୁଇ ଥର ହାରିଥିଲେ । ୨୦୦୯ରେ ସେ କଂଗ୍ରେସରୁ ବିଜୟୀ ହୋଇଥିଲେ । ତେଣେ ଉତ୍ତରପ୍ରଦେଶ ଫରିଦାବାଦରୁ ଭାଗ୍ୟ ପରୀକ୍ଷା କରୁଛନ୍ତି କେନ୍ଦ୍ର ଭାରୀ ଶିଳ୍ପ ଓ ଶକ୍ତିମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର । ସେ ୨୦୧୪ରେ ବି ଏହି ଆସନରୁ ବିଜୟୀ ହୋଇଥିଲେ । ଗୁର୍ଜରଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ମହେନ୍ଦର ପ୍ରତାପ ସିଂ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login