The Ultimate Managed Hosting Platform
ADVERTISEMENT

ହନୁମାନ ମନ୍ଦିରରୁ ଦାନ ହୁଣ୍ଡି ସହ ଲୁଟିନେଲେ ପାଣି ମଟର

Facebook
Twitter
LinkedIn

ରାଇକିଆ : ସବୁସୀମା ଟପିଲେ ଏ ଚୋର । ଶେଷରେ ବଜରଙ୍ଗ ବାଲୀଙ୍କୁ ବି ଛାଡ଼ିଲେନି । ଥମିବାର ନା ନେଉନାହିଁ ମନ୍ଦିରରୁ ଚୋରି ଘଟଣା । ବିଭିନ୍ନ ଅଞ୍ଚଳରେ ମନ୍ଦିର ମାନଙ୍କରୁ ହେଉଛି ଲୁଟ୍ ।ପୋଲିସକୁ ଖୋଲା ଖୋଲି ଭାବେ ଚାଲେଞ୍ଜ କରି ପୁଣି ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୁତ୍ତ । ଏମାନଙ୍କୁ ତୁରନ୍ତ ଧରିବା ସହ ଏମାନଙ୍କ ବିରୋଧ ଉଚିତ୍ ଦଣ୍ଡବିଧାନ କରିବାକୁ ସାଧାରଣରେ ଦାବି ଯୋର ଧରିଛି । କନ୍ଧମାଳ ଜିଲ୍ଲା ରାଇକିଆ ହନୁମାନ ମନ୍ଦିରରୁ ଦାନ ହୁଣ୍ଡି ଏବଂ ପାଣି ମଟର ଚୋରି । ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ମନ୍ଦିରର ଗେଟର ତାଲା ଭାଙ୍ଗି ଭକ୍ତ ମାନେ ଦାନ କରିଥିବା ହୁଣ୍ଡିକୁ ନେଇଯାଇଛନ୍ତି ଏହା ସହ ମନ୍ଦିର କୂଅରେ ଲାଗିଥିବା ପାଣି ମଟରଟିକୁ ମଧ୍ୟ ନେଇଯାଇଛନ୍ତି । ସକାଳୁ ମନ୍ଦିର ପୂଜକ ନାରାୟଣ ପାତ୍ର ମନ୍ଦିରେ ପହଞ୍ଚି ଦେଖିଥିଲେ ମନ୍ଦିରରେ ଚୋରି ହୋଇଛି । ତୁରନ୍ତ ଏନେଇ ମନ୍ଦିର ସଭାପତିକୁ ଖବର ଦେଇଥିଲେ । ଏନେଇ ରାଇକିଆ ଥାନାରେ ଏତଲା ଦେଇଥିଲେ ଏବେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଛି । ମନ୍ଦିର ହୁଣ୍ଡିରେ ଲକ୍ଷ୍ୟାଧିକ ଟଙ୍କା ଅଳଙ୍କାର ଥିବା ଅନୁମାନ କରାଯାଉଛି । କାରଣ ଗତ ମାସରେ ହନୁମାନ ଜୟନ୍ତୀ ପାଳନ କରାଯାଇଥିଲା ହଜାର ହଜାର ଭକ୍ତଙ୍କ ଭିଡ ହୋଇଥିଲା । ଆଜିକାଲି ସବୁଆଡେ ମାତିଛନ୍ତି ଲୁଟେରା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login