The Ultimate Managed Hosting Platform
ADVERTISEMENT

ସ୍ବାମୀ ନାଗାଙ୍କୁ ମନେ ପକାଇଲେ ସାମନ୍ଥା, ସୋସିଆଲ୍‌ ମିଡିଆରେ ସେୟାର କଲେ ଫଟୋ

Facebook
Twitter
LinkedIn

ଛାଡପତ୍ର ପରେ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କୁ ମନେ ପକାଇଲେ ସାଉଥ ସୁନ୍ଦରୀ ସାମନ୍ଥା। ଅଲଗା ହେବା ପରେ ଦୁହେଁ ଦୁହିଁଙ୍କ ଚାହିଁ ନାହାନ୍ତି । ନିଜ ନିଜ ରାସ୍ତାରେ ବାଛି ନେଇଛନ୍ତି । ହେଲେ ବର୍ତ୍ତମାନ ଛାଡପତ୍ର ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ସାମନ୍ଥା। ତାହା ପୁଣି ନାଗାଙ୍କୁ ନେଇ । ଏହି ପୋଷ୍ଟକୁ ନେଇ ଏବେ ଚାରିଆଡେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ସାମନ୍ଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଏକ ରାଗିଥିବା ଫଟୋ ସେୟାର କରିଛନ୍ତି। ପ୍ରକୃତରେ ତାଙ୍କ ଫିଲ୍ମ ‘ମଜିଲି’କୁ ୩ ବର୍ଷ ପୂର୍ତ୍ତି ହେବା ଖୁସିରେ ସେ ଏହି ଫଟୋ ଅପ୍‌ଲୋଡ କରିଛନ୍ତି। ଏଥିରେ ନାଗାଙ୍କୁ ଏଙ୍ଗ୍ରି ୟଙ୍ଗ ମ୍ୟାନ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖି ସାମନ୍ଥା ଓ ନାଗାଙ୍କ ଫ୍ୟାନ୍‌ମାନେ ଚକିତ ହୋଇପଡିଛନ୍ତି। ଛାଡପତ୍ର ପରେ ସାମନ୍ଥା ଓ ନାଗା ଉଭୟ ଦେଖା ସକ୍ଷାତ କରିନାହାନ୍ତି। ଏମିତିକି ଗୋଟିଏ ଶୁଟିଂ ସେଟ୍‌ରେ ଥାଇ ମଧ୍ୟ ପରସ୍ପର ଠାରୁ ମୁହଁ ଲୁଚାଉଛନ୍ତି । ହେଲେ ଏତେ ଦିନ ପରେ ଏବେ ସାମନ୍ଥା ପ୍ରଥମ କରି ନାଗାଙ୍କୁ ନେଇ ପୁଣି ଆକ୍ଟିଭ ହୋଇ ପଡିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login