ବାଲେଶ୍ୱର : ସୈାମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଆଜି ଦିନକ ପାଇଁ ଏଫଏମ କଲେଜ ବନ୍ଦ ଘୋଷଣା । କ୍ଲାସ ସସପେଣ୍ଡ, ଆଡମିଶନ ନ କରି ଫେରିଲେ ଛାତ୍ରଛାତ୍ରୀ । ଯୁକ୍ତ ୩ ଆଡମିଶନ ଚାଲିଥିବାରୁ ନିରାଶ ହୋଇ ଫେରିଲେ ଛାତ୍ରଛାତ୍ରୀ । ଆଡମିଶନ ପାଇଁ ଆଉ ଏକ ଡେଟ ମିଳିବ କହିଲେ ପ୍ରିନ୍ସିପାଲ ।
ଅନ୍ୟପଟେ ବାଲେଶ୍ୱର ଘଟଣାରେ ସରକାରୀ ସ୍ତରରେ ବଡ ବୈଠକ । ଦୁଇ ଉପମୁଖ୍ୟମନ୍ତ୍ରୀ , ରାଜସ୍ୱ ମନ୍ତ୍ରୀ , ଏକାଧିକ ବିଧାୟକଙ୍କୁ ନେଇ ବୈଠକ । ଲୋକସେବା ଭବନରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ଭଳି ଘଟଣା ପୁନରାବୃତ୍ତି ନ ହେଉ ଏ ନେଇ ପଦକ୍ଷେପ ନିଆଯିବ । ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ଦେବାକୁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ଏହି ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ କେଭି ସିଂଦେଓ ଉପସ୍ଥିତ ଥିଲେ ।
Views: 66











