The Ultimate Managed Hosting Platform
ADVERTISEMENT

ସେୟାର ବଜାରରେ ସୁନାମୀ

Facebook
Twitter
LinkedIn

ନୂଆଦିଲ୍ଲୀ : ବିଶ୍ୱ ବଜାର ପରେ ଭାରତୀୟ ସେୟାର ବଜାରରେ ସୁନାମୀ । ଆମେରିକାରେ ଟାରିଫ ବୃଦ୍ଧିକୁ ନେଇ ସେୟାର ବଜାରରେ ନିଆଁ । ହଂକଂ, ସିଙ୍ଗାପୁର, ଚୀନ, ଜାପାନ ସେୟାର ବଜାରରେ ମଧ୍ୟ ପ୍ରଭାବ । ୩୨ ଶହରୁ ଅଧିକ ଖସିଲା ସେନସେକ୍ସ । ଆଜିର ଷ୍ଟକ୍ ମାର୍କେଟ୍ କ୍ରାସ୍ ସହିତ ସେନ୍ସେକ୍ସ ଏବଂ ନିଫ୍ଟି ପ୍ରାୟ ୧୦ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି ଏବଂ ବିଶ୍ବ ବଜାରରେ ବ୍ୟାପକ ଅସ୍ଥିରତା ହେତୁ ଏହା ଆହୁରି ହ୍ରାସ ପାଇପାରେ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।ଆଜିର ବଜାର ତଳକୁ ଖସିବା ଏତେ ଭୟଙ୍କର ଥିଲା ଯେ ବିଏସ୍ଇ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକ ବଜାରରୁ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି।ସେନ୍ସେକ୍ସେରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ କୋଟି କୋଟି ଟଙ୍କା ହରାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ବର ବିଭିନ୍ନ ଦେଶ ଉପରେ ପାଲଟା ଟିକସ ଲଗାଇବା ପରେ ସମଗ୍ର ବିଶ୍ବର ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି। ସବୁଠୁ ଅଧିକ ଅସ୍ଥିର ହୋଇଛି ଆମେରିକାର ଷ୍ଟକ୍ ବଜାର।ଆମେରିକା ଉପରେ ଚୀନ୍ ପାଲଟା ଟିକସ ଲଗାଇବା ପରେ ଆଗକୁ ବାଣିଜ୍ୟ ଲଢ଼େଇ ତୀବ୍ର ହେବ ବୋଲି ନିବେଶକମାନେ ଆଶଙ୍କା କରୁଛନ୍ତି। ଯାହର ପ୍ରଭାବ ଭାରତ ଉପରେ ପଡୁଥିବାର ବି ଦେଖିବାକୁ ମିଳୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login