The Ultimate Managed Hosting Platform
ADVERTISEMENT

ସେନା ଅଧିକାରୀଙ୍କ ଘରୁ ଅଳଙ୍କାର ସହ ଲୁଟିନେଲା ନଗଦ ୫୦ ହଜାର ଟଙ୍କା

Facebook
Twitter
LinkedIn

ବାଙ୍କୀ : ସେନା ଅଧିକାରୀଙ୍କ ଘରେ ଲୁଟି ନେଲେ ଦୁର୍ବତ୍ତ । ଗୋଟିଏ ରାତିରେ ପଶିଲେ ଦୁଇ ଜଣ ଅବସର ପ୍ରାପ୍ତ ସେନା ଅଧିକାରୀଙ୍କ ଘରେ । କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଜୁରୀପଦା ନୂଆ ସାହି ତଥା କଳାପଥର ଗୋଲେଇ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ଜଣ ଅବସର ପ୍ରାପ୍ତ ସେନା ଅଧିକାରୀଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହିତ ସୁନା ଅଳଙ୍କାର । ଗତ କାଲି ବିଳମ୍ବିତ ରାତିରେ ପ୍ରଥମେ ଜଣେ ସେନା ଅଧିକାରୀଙ୍କ ଘରକୁ ଯାଇ ଲୁଟ କରିବାକୁ ଉଦ୍ୟମ କରି ଫେଲ୍ ମାରିଥିଲେ । ଏହାପରେ ତାଙ୍କ ସମ୍ମୁଖରେ ଥିବା ସେତ ବେହେରା ନାମକ ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀ ଶୋଇଥିବା ରୁମରେ ପଶିଥିଲେ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ସମସ୍ତେ ଶୋଇଥିବା ବେଳେ ଚୋର ଘରର ଝରକା ତାଡି ଘରଭିତରେ ପଶିଥିଲେ । ଏହାପରେ ଅନ୍ୟ ଗୋଟାଏ ବଖରାରୁ ବାହାର ପଟୁ ଗ୍ରିଲ ତାଡି ଆଲମାରୀ ଭାଙ୍ଗି ସୁନା ଅଳଙ୍କାର ସହିତ ନଗଦ ୫୦ ହଜାରରୁ ଉର୍ଦ୍ଦ୍ୱ ଟଙ୍କା ନେଇ ଚମ୍ପଟ୍ ମାରିଥିଲେ । ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବାର ଲୋକେ । ଯାହାପରେ ଏନେଇ ବୈଦେଶ୍ୱର ଥାନାକୁ ଖବର ଦିଆ ଯାଇଥିଲା । ଖବର ପାଇ ବୈଦେଶ୍ୱର୍ ଥାନା ଆଇ ଆଇ ସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଜିକାଲି ପ୍ରତ୍ୟକ ସ୍ଥାନରେ ବଢ଼ିଚାଲିଛି ଚୋରଙ୍କ ଉତ୍ପାତ । ରାତି ହେଲେ ଲୋକଙ୍କ ଘରେ ପଶି ମନ ଇଚ୍ଛା ଲୁଟ୍ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login