ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ବର୍ତ୍ତମାନ ପାରାଦ୍ୱୀପଠୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ । ୨୪ ଘଣ୍ଟାରେ ଗଭୀର ଅବପାତର ରୂପ ନେବା ସମ୍ଭାବନା । ମଧ୍ୟାହ୍ନ ଠାରୁ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ମୁହାଁଇବ । ଉତ୍ତର-ଉତ୍ତର ପୂର୍ବ ଦିଗରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୁହାଁ ସମ୍ଭାବନା ।
ଏପଟେ ଆରବ ସାଗରରେ ଅତିଭୀଷଣ ବାତ୍ୟାରେ ପରିଣତ ହେଲା ତେଜ୍ ।ଆଜି ପୂର୍ବାହ୍ନ ସୁଦ୍ଧା ଆହୁରି ଘନୀଭୂତ ହୋଇ ଏକ ଅତ୍ୟନ୍ତ ଭୀଷଣ ବାତ୍ୟାର ରୁପନେବା ସମ୍ଭାବନା । ବାତ୍ୟା ‘ତେଜ୍ ‘ ଦକ୍ଷିଣ ଓମାନ ଓ ପାର୍ଶ୍ବବର୍ତ୍ତୀ ୟେମେନ ଉପକୂଳ ଅତିକ୍ରମ କରିବ । ୨୪ ତାରିଖ ବେଳକୁ ଓମାନ ଓ ୟେମେନ ତଟ ନିକଟବର୍ତ୍ତୀ ହେବା ସହ ୨୫ ସକାଳ ବେଳକୁ ସଲାହ ଓ ଅଲ୍ ଘାଇଦା ନିକଟରେ ସ୍ଥଳ ଭାଗ ଛୁଇଁପାରେ । ଭାରତ ଉପକୂଳରେ ତେଜ୍ ପ୍ରଭାବ ପକାଇବ ନାହିଁ ।
Views: 76