ଭୁବନେଶ୍ୱର : ଫୁଟବଲ କିମ୍ବଦନ୍ତି ତଥା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଦେବେନ୍ଦ୍ର ସିଂଙ୍କ ପରଲୋକ । ସୋମବାର ସକାଳେ ତୁଳସୀପୁର ମଧୁସୂଦନନଗର ବାସଭଭନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିବା ବେଳେ କିଛି ଦିନ ହେବ ସେ ଅସୁସ୍ଥ ରହିଥିଲେ । ଢେଙ୍କାନାଳରେ ଜନ୍ମିତ ଶ୍ରୀ ସିଂହ ଜଣେ ସୁଦକ୍ଷ ଫୁଟବଲ ଖେଳାଳି ଭାବେ ଜଣା ଶୁଣାଥିଲେ । ସ୍ୱର୍ଗତ ସିଂହ ଭାରତ ପାଇଁ ୧୯୬୭-୬୮ରେ ଗୋଟିଏ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଦେବେନ୍ଦ୍ର ଓଡିଶାକୁ ଏକାଧିକ ଥର ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ୱ କରିଛନ୍ତି ।
Views: 47