The Ultimate Managed Hosting Platform
ADVERTISEMENT

ସିଲିଣ୍ଡର ବିସ୍ଫୋରଣ, ୭ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

କୋଲକତା : ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ସିଲିଣ୍ଡର ବିସ୍ଫୋରଣ । ଏହି ବିସ୍ଫୋରଣରେ ୪ଜଣ ଶିଶୁ, ୨ଜଣ ମହିଳାଙ୍କ ଏବଂ ଜଣେ ବ୍ୟକ୍ତିଙ୍କ ସମେତ ୭ଜଣଙ୍କର ପ୍ରାଣହାନୀ ଘଟିଛି । ଏମାନଙ୍କ ବ୍ୟତୀତ ଜଣେ ମହିଳାଙ୍କୁ ଗୁରୁତର ଆହତ ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦ୍ବାରା ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତ ଦେହ ଉଦ୍ଧାର କରିଛି । ସୋମବାର ପ୍ରାୟ ରାତି ୯ଟା ସମୟରେ ଧୋଲାଘାଟ ଗାଁର ଏକ ଘରେ ଏପରି ଦୁର୍ଘଟଣା ଦେଖିବାକୁ ମିଳିଛି । ବିସ୍ଫୋରଣର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଫଳରେ ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଯାଇଛି । ଘଟଣାସ୍ଥଳରେ ସୁନ୍ଦରବନ ଜିଲ୍ଲାର ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି । ଏଥି ସହିତ ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛି । ଆଗରୁ ଘରେ ସଞ୍ଚିତ କରି ରଖିଥିବା ଦୁଇଟି ଗ୍ୟାସ ସହିତ ବାଣ ମଧ୍ୟ ରହିଥିବା ହେତୁ ବିସ୍ଫୋରଣ ଘଟିଛି ବୋଲି ପୋଲିସ ସନ୍ଦେହ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login