ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ପନ୍ନାରେ ଥିବା ସିମେଣ୍ଟ କାରଖାନାରେ ଭୟଙ୍କର ଅଘଟଣ ଘଟିଛି । ଏହି ଘଟଣାରେ ୨ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । କାରଖାନାର ଏକ ୟୁନିଟ୍ ଭାରା ଭୁଶୁଡିବା ଯୋଗୁଁ ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ଧ୍ବଂସବଶେଷ ପଡିଯାଇଥିଲା । ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ଖବର ମୁତାବକ, କାରଖାନାରେ ନିର୍ମାଣାଧୀନ ଛାତର ସ୍ଲାବ ପକାଯାଉଥିଲା । ଏହି ସମୟରେ ସେଟ୍ରିଂ ଭୁଶୁଡି ପଡିଥିଲା । କାରଖାନାର ଏକ ୟୁନିଟ୍ ଭାରା ଭୁଶୁଡିବା ଯୋଗୁଁ ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ଧ୍ବଂସବଶେଷ ପଡିଯାଇଥିଲା । ଘଟଣାରେ ୨ ଜଣଙ୍କ ମ୍ତ୍ୟୁ ହୋଇଥିବା ବେଳେ ୫୦ ଜଣ ଶ୍ରମିକ ଆହତ ହୋଇଛି ।
Views: 40