The Ultimate Managed Hosting Platform
ADVERTISEMENT

ସାବିତ୍ରୀ ଦିନ କଲେଜରୁ ଫେରାର ଥିବା ସ୍ତ୍ରୀକୁ ପାଇ ଖୁସିରେ କୁଣ୍ଢେଇ ଧରି କାନ୍ଦି ପକେଇଲେ ସ୍ୱାମୀ

Facebook
Twitter
LinkedIn

ଭଦ୍ରକ : ଭଦ୍ରକର ଜିଲ୍ଲାର ଚର୍ଚ୍ଚିତ ସ୍ତ୍ରୀ ନିଖୋଜ ଘଟଣାରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ସୋମବାର ହରପ୍ରିୟା ପଣ୍ଡାଙ୍କୁ ତାଙ୍କ ସ୍ୱାମୀ ରାହୁଲ ଗୋଚ୍ଛାୟତ ଫେରି ପାଇଛନ୍ତି।ବାଲେଶ୍ୱର ଭଦ୍ରକ ମଧ୍ୟଭାଗରେ ଡିଗିର ଜଗନ୍ନାଥ ମନ୍ଦିରରୁ ହରପ୍ରିୟାଙ୍କୁ ଉଦ୍ଧାର କରାଯାଇଛି। ପାଞ୍ଚ ଦିନ ପରେ ନିଜ ନିଖୋଜ ସ୍ତ୍ରୀକୁ ପାଇଁ ରାହୁଲ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି। ସେ ଏଥିପାଇଁ ଜୀ ଓଡିଶା ନ୍ୟୁଜକୁ ଧନ୍ୟବାଦ ଦେଇଛନ୍ତି।ସୋମବାର ଉଦ୍ଧାର ପରେ ହରପ୍ରିୟା ପଣ୍ଡା କହିଛନ୍ତି ଯେ, ମେ ୩୦ ତାରିଖ ଦିନ ପ୍ରାୟ ୧୧ଟା ବେଳେ କଲେଜ ପରୀକ୍ଷା ହଲରୁ ବାହାରି ଆସୁଥିଲେ। ଏହି ସମୟରେ କେହି ଜଣେ ତାଙ୍କୁ କହିଥିଲେ ଯେ, ତାଙ୍କ ସ୍ୱାମୀ ଗୋଟିଏ ଇଣ୍ଡିକା ଭିତରେ ଅଛନ୍ତି, ଆଉ କୁଆଡେ ବୁଲି ଯିବାପାଇଁ ତାଙ୍କୁ ଡାକୁଛନ୍ତି। କିନ୍ତୁ ଏହି କଥାକୁ ହରପ୍ରିୟା ପ୍ରଥମେ ସନ୍ଦେହ କରିଥିଲେ। କିନ୍ତୁ ପରେ ସେ ଗାଡି ପାଖକୁ ଯାଇଥିଲେ। କବାଟ ପାଖରେ ପହଞ୍ଚିବା ମାତ୍ରେ ତାଙ୍କ ମୁହଁରେ ଏକ ରୁମାଲ ଶୁଙ୍ଘାଇ ଦେଲେ, ଫଳରେ ସେ ଅଚେତ ହୋଇଗଲେ। ଯେତେବେଳେ ହରପ୍ରିୟାଙ୍କ ଚେତା ଫେରିଲା ସେତେବେଳେ ସେ ଏକ ବନ୍ଦ କୋଠରୀ ଭିତରେ ଥିଲେ। ତାଙ୍କୁ କିଏ, କେଉଁଠି ଏବଂ କାହିଁକି ଆଣିଛନ୍ତି ତାହା ସେ ଜାଣିନଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ହରପ୍ରିୟା ତାଙ୍କ ମାମୁଁ ଘର ମଇତାପୁରରେ ଥିବା ଜାଣିବାକୁ ପାଇଥିଲେ। ରବିବାର ହରପ୍ରିୟାଙ୍କୁ ବ୍ରାହ୍ମଣିପାଳ ଗ୍ରାମସ୍ଥିତ ତାଙ୍କ ବାପଘରକୁ ନିଆଯାଇଥିଲା। ଏକ ସିକ୍ରେଟ ସିମ ବ୍ୟବହାର କରି ମେସେଜ ମାଧ୍ୟମରେ ସେ ନିଜ ସ୍ଥିତି ବିଷୟରେ ସ୍ୱାମୀ ରାହୁଲଙ୍କୁ ଜଣାଇଥିଲେ। ହରପ୍ରିୟାଙ୍କ କହିବା ଅନୁସାରେ, ସୋମବାର ଘରୁ ଆଣି ସାହାଡାର ଅଣ୍ଡରାଇସ୍ଥିତ ଜଗନ୍ନାଥ ମନ୍ଦିରରେ ତାଙ୍କୁ ଜାତି ମିଶାଯାଇଛି। ଏଥିପାଇଁ ମନ୍ଦିରରେ ଏକ ପୂଜାର ଆୟୋଜନ କରାଯାଇଥିଲା। ପରିବାର ଲୋକ ତାଙ୍କୁ ରାହୁଲ ସହ ନ ମିଶିବାକୁ ତାଗିତ ମଧ୍ୟ କରିଥିଲେ।ଅନ୍ୟପଟେ ନିଖୋଜ ପତ୍ନୀ ହରପ୍ରିୟାଙ୍କୁ ପାଇ ରାହୁଲ ଆତ୍ମହରା ହୋଇଯାଇଛନ୍ତି। ହରପ୍ରିୟାଙ୍କୁ କିଏ ଅପହରଣ କରିନେଇଥିଲା ସେ ବାବଦରେ ରାହୁଲ କିଛି ଜାଣିନଥିବା କହିଛନ୍ତି। କିନ୍ତୁ ପୂର୍ବରୁ ସେ ହରପ୍ରିୟାଙ୍କୁ ଯେଉଁ ସିକ୍ରେଟ ସିମ ଦେଇଥିଲେ ତାହା ତାଙ୍କ ସ୍ତ୍ରୀକୁ ପାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ରାହୁଲ ନିଜ ପ୍ରତିକ୍ରିୟାରେ କହିବା ସହ ସେମାନେ ଆଗକୁ ଆଉ କେବେ ଅଲଗା ହେବେ ନାହିଁ ବୋଲି କହିଛନ୍ତି। ହରପ୍ରିୟା ମଧ୍ୟ ରାହୁଲଙ୍କୁ ଛାଡି କୁଆଡେ ଯିବେ ନାହିଁ, ରାହୁଲଙ୍କ ବିନା ସେ ମରିଯିବେ ବୋଲି କହିଛନ୍ତି। ପ୍ରଥମ ଦୃଷ୍ଟିଆରେ ଏହା ଏକ ଜାତିଆଣ ମାମଲା ଭଳି ଜଣାପଡୁଛି। ବର୍ତ୍ତମାନ ସୁଦ୍ଧା କିଏ କାହାକୁ ଦୋଷ ଦେବାକୁ ନାରାଜ ଅଛନ୍ତି। କିନ୍ତୁ ରାହୁଲଙ୍କ ବାପା ଦେବେନ୍ଦ୍ର ଗୋଚ୍ଛାୟତ କହିଛନ୍ତି ଯେ, ହରପ୍ରିୟାଙ୍କୁ ତାଙ୍କ ବାପଘର ଲୋକ ଅପହରଣ କରିନେଇଥିଲେ। ଆଉ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଭଦ୍ରକ ଧୁଷୁରି ଥାନା ଅନ୍ତର୍ଗତ ବଜାର ବାସିନ୍ଦା ଦେବେନ୍ଦ୍ର ଗୋଚ୍ଛାୟତଙ୍କ ପୁଅ ରାହୁଲ, ନିକଟ ବ୍ରାହ୍ମଣିପାଳ ଡକାସାହିର ବଳରାମ ପଣ୍ଡାଙ୍କ ଝିଅ ହରପ୍ରିୟାକୁ ପ୍ରେମ ବିବାହ କରିଥିଲେ। ବିବାହର ୬ ମାସ ପରେ ସାବିତ୍ରୀ ବ୍ରତ ପରଦିନ ନିକଟ ଆଖଣ୍ଡଳମଣି କଲେଜରୁ ହରପ୍ରିୟା ନିଖୋଜ ହୋଇଯାଇଥିଲେ। ତେବେ ହରପ୍ରିୟାଙ୍କ ପରିବାର ଲୋକେ ଓ ମାମୁଁ ମାଇଁ ଝିଅକୁ ଜାତି ମିଶାଇ ଅନ୍ୟ ଏକ ଯୁବକ ସହ ବିବାହ କରିବାକୁ ଯୋଜନା କରିଥିଲେ। ପ୍ରଥମ ଯୋଜନାରେ ସେମାନେ ସଫଳ ହୋଇଥିବା ବେଳେ ସ୍ତ୍ରୀକୁ ଅନ୍ୟତ୍ର ବିବାହ କରିବା ପୂର୍ବରୁ ଫିଲ୍ମ ଷ୍ଟାଇଲରେ ରାହୁଲ ଉଦ୍ଧାର କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login