The Ultimate Managed Hosting Platform
ADVERTISEMENT

ସାପ କାମୁଡାରେ ଚାଲିଗଲା ଶିଶୁର ଜୀବନ

Facebook
Twitter
LinkedIn

ଭଦ୍ରକ : ସାପ କାମୁଡ଼ାରେ ଶିଶୁର ମୃତ୍ୟୁ । ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନସ୍ଥ କାଦବାରଙ୍ଗ ପଞ୍ଚାୟତର ବନ୍ତଳା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଗାଁର ପ୍ରଦୀପ ପ୍ରଧାନ ତାଙ୍କ ଶଶୁର ଘର ସେଣ୍ଡତିରାକୁ ଯାଇଥିଲେ । ତାଙ୍କ ଶଶୁରଙ୍କର ବାର୍ଷିକ କ୍ରିୟା ଥିଲା । ତେଣୁ କାମରେ ଯୋଗ ଦେବା ପାଇଁ ନିଜ ସ୍ତ୍ରୀ ଓ ପିଲାକୁ ନେଇ ଶ୍ବଶୁର ଘରକୁ ଯାଇଥିଲେ । ସେଠାରେ କ୍ରିୟା ସାରିବା ପରେ ସମସ୍ତ ପରିବାର ଲୋକମାନେ ଏକାଠି ବସିଥିଲେ । ଏହି ସମୟରେ ଏକ ବିଷାକ୍ତ ସାପ ଆସି ତାଙ୍କ ପୁଅକୁ ଚୋଟ ମାରିଥିଲା । ଶିଶୁକୁ କାମୁଡିବା ପରେ ସାପଟି ସାଙ୍ଗେ ସାଙ୍ଗେ ଏକ ଗାତ ଭିତରକୁ ପଶି ଯାଇଥିଲା । ଘର ଲୋକମାନେ ସାଙ୍ଗେ ସାଙ୍ଗେ ଶିଶୁକୁ ଧରି ଭଦ୍ରକ ମୁଖ୍ୟ ଚିକିସ୍ୟାଳୟକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁ ୪ ବର୍ଷିୟ ସିନୁ ପ୍ରଧାନ ବୋଲି ଜଣାପଡ଼ିଛି । ପୁଅ ମୃତ୍ୟୁକୁ ନେଇ ପରିବାର ଲୋକମାନେ ଭାଙ୍ଗି ପଡିଥିବାବେଳେ ଗ୍ରାମବାସୀ ପରିବାରକୁ ସହାୟତା କରିବା ପାଇଁ ନିବେଦନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login