ଭୁବନେଶ୍ୱର : ଅସହ୍ୟ ତାତିରେ ଘରୁ ବାହାରି ପାରୁ ନାହାନ୍ତି ଲୋକେ । ଦିନ ସାଢେ ୧୧ରୁ ଭୁବନେଶ୍ୱରରେ ଖଇଫୁଟା ତାତି । ଏତିକି ବେଳୁ ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ । ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା ସହ ଆଦ୍ରତା ୩୧ ପ୍ରତିଶତ ରେକର୍ଡ । ଏହା ସହ ୫ଟି ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡାରେ ୩୮.୪ ଡିଗ୍ରୀ , ସମ୍ବଲପୁରରେ ୩୮.୨ ଡିଗ୍ରୀ , ହୀରାକୁଦରେ ୩୭.୪ ଡିଗ୍ରୀ , ଚାନ୍ଦବାଲିରେ ୩୬.୬ ଡିଗ୍ରୀ ଓ କେନ୍ଦୁଝରରେ ୩୬.୪ ଡିଗ୍ରୀ ରେକର୍ଡ ହୋଇଛି ।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
— Meteorological Centre, Bhubaneswar (@mcbbsr) May 23, 2023
ଭୁବନେଶ୍ୱର: ୩୯ ଡ଼ିଗ୍ରୀ
ଝାରସୁଗୁଡା: ୩୮.୪ ଡ଼ିଗ୍ରୀ
ସମ୍ବଲପୁର: ୩୮.୨ ଡ଼ିଗ୍ରୀ
ହୀରାକୁଦ: ୩୭.୪ ଡ଼ିଗ୍ରୀ
ଚାନ୍ଦବାଲି: ୩୬.୬ ଡ଼ିଗ୍ରୀ
କେନ୍ଦୁଝର: ୩୬.୪ ଡ଼ିଗ୍ରୀ
ଗୋପାଳପୁର: ୩୪.୬ ଡ଼ିଗ୍ରୀ
ବାଲେଶ୍ୱର: ୩୩.୬ ଡ଼ିଗ୍ରୀ
ପୁରୀ: ୩୩ ଡ଼ିଗ୍ରୀ
ପାରାଦ୍ୱୀପ: ୩୨.୬ ଡ଼ିଗ୍ରୀ
Views: 105