ନୂଆଦିଲ୍ଲୀ : ସାଉଦି ଆରବ ମଦିନା ନିକଟରେ ଜଳିଗଲା ବସ । ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ । ଡିଜେଲ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ପରେ ଜଳିଗଲା ବସ । ୪୨ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିବା ବେଳେ ସମସ୍ତେ ଭାରତୀୟ ଥିବା ସୂଚନା । ମୃତକଙ୍କ ମଧ୍ୟରୁ ଅଧିକାଂଶ ହ୍ରାଇଦ୍ରାବାଦର ହୋଇଥିବା ସୂଚନା । ଆଜି ଭୋର ପ୍ରାୟ ରାତି ୧ଟା ୩୦ ମିନିଟ ସମୟରେ ଏକ ଯାତ୍ରୀବାହୀ ବସ୍ ଏବଂ ଡିଜେଲ ଟ୍ୟାଙ୍କର ଧକ୍କା ହେବା ଫଳରେ ସାଉଦି ଆରବରେ ଅତି କମରେ ୪୨ ଜଣ ଭାରତୀୟ ଉମରା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ୨୦ ଜଣ ମହିଳା ଏବଂ ୧୧ ଜଣ ଶିଶୁ ଥିବା ଅନୁମାନ କରାଯାଉଛି ।
ତେଲଙ୍ଗାନା ସରକାର କହିଛନ୍ତି ଯେ ଏସମ୍ପର୍କରେ ରିୟାଦରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ ସ୍ଥାପନ କରାଯାଉଛି । ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀର ଅଧିକାରୀଙ୍କୁ ଅବଗତ କରାଇବା ସହ ସମସ୍ତ ବିବରଣୀ ଯାଞ୍ଚ କରିବା ପାଇଁ ଦୂତାବାସ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟରେ କାମ କରୁଛନ୍ତି ।
Views: 33











