ବାଲେଶ୍ୱର : ସାଇଡ ମରାକୁ ନେଇ ସାମାନ୍ୟ ବଚସାରୁ ଫାୟାରିଂ । ବସ୍ତା ଥାନା ଚକୁରି ପାଖରେ ରାତିରେ ସାଇଡ ମରାକୁ ନେଇ ଗୁଳିକାଣ୍ଡ । ଯୁବକଙ୍କ ଗୋଡରେ ବାଜିଛି ଗୁଳି । ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସୁଧାଂଶୁ ଓ ତାଙ୍କ ମାଉସୀ ପୁଅ ଭାଇ ଚିନ୍ମୟୀ ଏକ ବାଇକରେ ନିଜ ଘରକୁ ଫେରୁଥିଲେ । ତେବେ ରାସ୍ତାରେ ୨ଟି ବାଇକରେ ୩ ଜଣ ଯୁବକ ଆସି ତାଙ୍କ ଗାଡି ଅଟକାଇଥିଲେ । ସୁଧାଂଶୁ ସାଇଟ ମାଗିବାରୁ ସାଇଡ ନଦେଇ ସୁଧାଂଶୁଙ୍କ ଗାଡ଼ି ଛଡ଼ାଇବାକୁ ଉଦ୍ୟମ କରିଥିଲେ । ସୁଧାଂଶୁ ଏଥିରେ ବାଧା ଦେବାରୁ ଗୁଳି ମାଡ଼ କରି ୩ ଯୁବକ ଫେରାର ହୋଇଯାଇଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ ସୁଧାଂଶୁଙ୍କୁ ଗୁଳିମାଡ଼ କରାଯାଇଛି ବା ଅନ୍ୟ କେଉଁଥିରେ ଆକ୍ରମଣ ହୋଇଛି ସେ ନେଇ ପୋଲିସ ସ୍ପଷ୍ଟ କରିନାହିଁ ।
Views: 91











