କୋଲକତା : ମିମି ଚକ୍ରବର୍ତ୍ତୀଙ୍କ ଇସ୍ତଫା । ପଶ୍ଚିମବଙ୍ଗ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ମିମି ତାଙ୍କର ଇସ୍ତଫା ପତ୍ର ପାର୍ଟିର ମୁଖ୍ୟ ମମତା ବାନାର୍ଜୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ଇସ୍ତଫା ନେଇ କାରଣ ଦର୍ଶାଇଛନ୍ତି ମିମି । ସେ କହିଛନ୍ତି କି, ସେ ଯେଉଁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସେଠିକାର ଦଳୀୟ କର୍ମୀଙ୍କୁ ନେଇ ସେ ଖୁସି ନାହାଁନ୍ତି । କହିରଖୁ କି ୨୦୧୯ ଲୋକସଭା ନିର୍ବାଚନରେ ମିମି ଯାଦବପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
Views: 95