ଭୁବନେଶ୍ୱର : ୨୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ । ଜଳ ବିଭାଜିକା ସହକାରୀ ପ୍ରକଳ୍ପ ନିଦେ୍ର୍ଦଶକ ରାଜେନ୍ଦ୍ର ନାଏକ ବନ୍ଧା ହେଲେ । ମୃତ୍ତିକା ସରଂକ୍ଷଣ ବିଭାଗର ଆଉ ୩ କର୍ମଚାରୀ ମଧ୍ୟ ବନ୍ଧାହେଲେ । ମନରେଗା ପୋଖରୀ ଖୋଳି ଯୋଜନାରେ ଅର୍ଥ ଆତ୍ମସାତ ଅଭିଯୋଗ ହୋଇଥିଲା । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁରେ ୨୩ଟି ଫାର୍ମ ପୋଖରୀ ନଖୋଳି ଅଭିଯୁକ୍ତମାନେ ୨୦ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଜବକାର୍ଡଧାରୀ ଶ୍ରମିକଙ୍କ ଆକାଉଣ୍ଟରେ ସଂପୃକ୍ତ ଅଧିକାରୀମାନେ ଟଙ୍କା ଉଠାଇନେଇଥିଲେ । ଏହି ଦୁର୍ନୀତି ମାମଲାରେ ଅଧିକ ଖୋଳତାଡ଼ ଜାରି ରହିଛି । ଦୁର୍ଗମ ଅଞ୍ଚଳରେ ଅଧିକ ପୋଖରୀ ଖୋଳାରେ ଦୁର୍ନୀତି ନେଇ ତନାଘନା କରାଯାଉଛି ।
Views: 39