ଭୁବନେଶ୍ୱର : ମାଓବାଦୀଙ୍କୁ ପୋଲିସ ଡିଜି ୱାଇବି ଖୁରାନିଆଙ୍କ ଆହ୍ୱାନ । ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ୍ । ମାଓବାଦୀ ଓଡିଶାର ସରେଣ୍ଡର ପଲିସିର ଲାଭ ଉଠାନ୍ତୁ । ପୂର୍ବରୁ ୨୧ଟି ଜିଲ୍ଲା ମାଓପ୍ରବଣ ଥିଲା, ଏବେ ୭କୁ ଖସିଆସିଛି । ଓଡିଶା-ଛତିଶଗଡ ସୀମାରେ ମାଓ ଗତିବିଧି ଉପରେ ନଜର ରହିଛି । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଚାଲିଛି , ସଫଳତା ମିଳୁଛି । ଛତିଶଗଡ ଓ ଆନ୍ଧ୍ର ସଂଲଗ୍ନ ଜିଲ୍ଲାରେ ଜୋରଦାର କମ୍ବିଂ ଅପରେସନ ଚାଲିଛି । ଯେଉଁ ଯେଉଁ ଜିଲ୍ଲାରେ ମାଓବାଦୀ ସକ୍ରିୟ ଅଛନ୍ତି ସେସବୁ ଜାଗାରେ ଗୁଇନ୍ଦା କାମ କରୁଛି । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ କରିଛନ୍ତି ଡିଜିପି ।
Views: 40