ନୂଆଦିଲ୍ଲୀ : ମହାରାଷ୍ଟ୍ର ଅଲିବାଗ ନିକଟରେ ସମୁଦ୍ରରେ ଏକ ଡଙ୍ଗାରେ ନିଆଁ ଲାଗିଯାଇଛି । ଡଙ୍ଗାରେ ଥିବା ୧୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଡଙ୍ଗା ମାଛ ଧରିବା ପାଇଁ ଯାଇଥିଲା । କିନ୍ତୁ ସଟସର୍କିଟ ଯୋଗୁଁ ହଠାତ୍ ଡଙ୍ଗାରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଡଙ୍ଗାକୁ କୂଳକୁ ନିଆଯାଇ ନିଆଁକୁ ଆୟତ୍ତ କରାଯାଇଥିଲା । ଡଙ୍ଗାରେ ନିଆଁ ଲାଗିବା ପରେ ଆଖପାଖରେ ଥିବା କୋଷ୍ଟଗାର୍ଡ ଜାହାଜ ପହଞ୍ଚିଥିଲା । କୋଷ୍ଟଗାର୍ଡ ତରଫରୁ ଉଦ୍ଧାର ପାଇଁ ସମସ୍ତ ସହାୟତା କରାଯାଇଥିଲା ।
Views: 47