ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ବଢୁଛି ତାତି । ତାତିରେ ସିଝୁଛି ରାଜଧାନୀ ଭୁବନେଶ୍ୱର । ସକାଳୁ ୩୩ ଡିଗ୍ରୀ ଟପିଲାଣି ରାଜଧାନୀ ଭୁବନେଶ୍ୱର ତାପମାତ୍ରା । ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ । ଆଦ୍ରତା ୬୭.୨ ପ୍ରତିଶତ ରହିଥିବାରୁ ଭୁବନେଶ୍ୱରରେ ଗୁଳୁଗୁଳି ଅନୁଭୂତ । ବାଲେଶ୍ୱରରେ ସର୍ବାଧିକ ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ । ପୁରୀ ୩୩.୪, ଚାନ୍ଦବାଲି ୩୩.୪, ପାରାଦୀପ ୩୨.୮ ଡିଗ୍ରୀ ରେକର୍ଡ । ସାଢେ ୧୧ରେ ବାଲେଶ୍ୱର ତାତି ୩୮.୪ ଡିଗ୍ରୀ । ଗ୍ରୀଷ୍ମପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶା ଡହଡହ ତାତିରେ ଜଳୁଛି । ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଝାଞ୍ଜି ମୁହଁ ପୋଡ଼ି ପକାଉଛି । ପଶ୍ଚିମରେ ସ୍ଥିତି ଏମିତି, ପୂର୍ବାହ୍ଣ ୧୧ଟା ବାଜିଲେ ଘରୁ ପଦାକୁ ବାହାରି ହେଉନାହିଁ ।
Views: 31