ନୂଆଦିଲ୍ଲୀ : ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ । ଚଳିତ ଅଧିବେଶନରେ ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦରୁ ଆରମ୍ଭ କଲେ ଅଭିଭାଷଣ । ଭାରତ ବିଶ୍ୱର ତୃତୀୟ ବଡ ଅର୍ଥନୀତି ହୋଇକି ରହିବ । ଏହା ମୋଦିର ଗ୍ୟାରେଣ୍ଟି ବୋଲି କହିଲେ ପ୍ରଧାନମନ୍ତ୍ରୀ । ୨୦୧୪ରେ ଉପାସରକାର କାମଚଳା ବଜେଟ କଥା ମନେ ପକାଇଲେ । ୨୦୧୪ରେ ଏକାଦଶ ବଡ ଅର୍ଥନୀତି ହେବର ଗୈାରବଗାଥା ଗାଇଥିଲେ । ଏବେ ପଞ୍ଚମ ସ୍ଥାନରେ ପହଁଚିଲୁଣି ,ତଥାପି ସମାଲୋଚନା କରୁଛନ୍ତି । ୨୦୪୪ରେ ତୃତୀୟ ବଡ ଅର୍ଥନୀତି ହେବୁ ବୋଲି ସେବେ କହିଥିଲେ । ଆମେ ୩୦ ବର୍ଷ ନୁହେଁ , ମୋ ୩ୟ କାର୍ଯ୍ୟକାଳରେ ୩ୟ ବଡ ଅର୍ଥନୀତି ହେବୁ । ୧୧ରେ ଖୁସିଥିଲୁ , ଏବେ ୫ରେ ବି ଖୁସି ହେବା ଦରକାର ।
Views: 63