ଭୁବନେଶ୍ୱର :ଦେଶର ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ରାଜନୀତି ତେଜିଲା । ନବୀନ ପଟ୍ଟନାୟଙ୍କୁ ଭେଟିଲେ ତାମିଲନାଡୁ ମନ୍ତ୍ରୀ ଓ ସାଂସଦ । ତାମିଲନାଡୁ ମନ୍ତ୍ରୀ ଟିବିକେ ରାଜା, ସାଂସଦ ଦୟାନିଧି ମାରନ୍ ଭେଟିଲେ । ଦେବୀ ମିଶ୍ର, ପାଣ୍ଡିଆନ, ସଞ୍ଜୟ ଦାଶବର୍ମା ଆଲୋଚନାରେ ସାମିଲ । ଡିଲିମିଟେସନ ବା ସଂସଦୀୟ କ୍ଷେତ୍ରର ସୀମା ପୁନଃ ନିର୍ଦ୍ଧାରଣ ପ୍ରସଙ୍ଗରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ସଂପର୍କରେ ଜଣାଇଥିଲେ । ଚେନ୍ନାଇ ବୈଠକରେ ଯୋଗ ଦେବାକୁ ନବୀନଙ୍କୁ ଅନୁରୋଧ କରିଥିଲେ । ବୈଠକରେ ଯୋଗ ଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ନବୀନ । ୭ ରାଜ୍ୟର ବୈଠକ ଡାକିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍। ସୀମା ପୁନଃ ନିର୍ଦ୍ଧାରଣ ଦ୍ବାରା ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଓଡ଼ିଶା ଓ ପଞ୍ଜାବ ଭଳି ରାଜ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ଏମକେ ଷ୍ଟାଲିନ୍ । ବିକାଶଶୀଳ ରାଜ୍ୟ ହୋଇଥିବାରୁ ଏହି ରାଜ୍ୟ ଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେଇଥିଲେ । ଏଥିପାଇଁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଏବେ ମୂଲ୍ୟ ଦେବାକୁ ହେଉଛି ବୋଲି କହିଛନ୍ତି ଷ୍ଟାଲିନ୍ ।
ଷ୍ଟାଲିନଙ୍କ ବୈଠକରେ ଯୋଗଦେବେ ନବୀନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...