The Ultimate Managed Hosting Platform
ADVERTISEMENT

ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ

Facebook
Twitter
LinkedIn

ପୁରୀ : ପୁରୀ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂତନ ଅକ୍ଷୟ ଦଣ୍ଡ । ଚୂନରା ସେବାୟତଙ୍କ ଦ୍ୱାରା ନୀଳଚକ୍ରରେ ନୂତନ ଅକ୍ଷୟ ଦଣ୍ଡ ସ୍ଥାପନ ହୋଇଛି । ୧୭ ଫୁଟିଆ ନୂତନ ଅକ୍ଷୟ ଦଣ୍ଡ ସ୍ଥାପନ କରାଯାଇଛି । ନୀଳଚକ୍ରରେ ଲାଗିଥିବା ଅକ୍ଷୟ ଦଣ୍ଡ ଵା ପତିତପାବନ ବାନାକୁ ଧରି ରଖିଥିବା ବାଉଁଶ ଭାଙ୍ଗିଯାଇଥିଲା । ଗତକାଲି ଏଥିରେ ପତିତପାବନ ବାନା ବାନ୍ଧିବା ସମ୍ଭବପର ହୋଇନଥିଲା । ଏଥିପାଇଁ ଗତକାଲି କେବଳ ନୀଳଚକ୍ରରେ ବାନା ବାନ୍ଧିଥିଲେ ଚୁନରା ସେବକ । ଏହା ପରେ ଆଜି ନୂତନ ଅକ୍ଷୟ ଦଣ୍ଡ ସ୍ଥାପନ କରାଯାଇଛି । ଗତକାଲି ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଗଲାବେଳେ ହଠାତ୍ ଏହି ବାଉଁଶର ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଦଧିନଉତିକୁ ଚଢ଼ିଥିବା ଚୁନରା ସେବାୟତ ଶ୍ରୀମନ୍ଦିର ଚୂଡ଼ାରେ ବାନା ବାନ୍ଧି ନପାରି ନୀଳଚକ୍ରରେ ସବୁ ବାନା ବାନ୍ଧିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login