The Ultimate Managed Hosting Platform
ADVERTISEMENT

ଶାହରୁଖ ଖାନ୍‌ ଓ ଶହନାଜ ଗିଲ ପରସ୍ପରକୁ କଲେ ଆଲିଙ୍ଗନ

Facebook
Twitter
LinkedIn

ବଲିଉଡର ‘କିଙ୍ଗ୍‌ ଅଫ୍‌ ରୋମାନ୍ସ’ ଆକ୍ଟର କୁହାଯାଉ ଥିବା ଅଭିନେତା ଶାହରୁଖ ଖାନ ଓ ସିଙ୍ଗର-ଅଭିନେତ୍ରୀ ଶହନାଜ ଗିଲଙ୍କ ପ୍ରଶଂସକ ଖୁବ୍‌ ଖୁସି ହୋଇଛନ୍ତି। କାରଣ ଏହି ଦୁଇ ସେଲେବ୍ରିଟି ଏକା ସାଥିରେ ନଜର ଆସିଛନ୍ତି ଏବଂ ତାଙ୍କର ଫଟୋ ଓ ଭିଡ଼ିଓ ଖୁବ୍ ଭାଇରାଲ ହେଉଛି। ନିକଟରେ ବାବା ସିଦ୍ଦିକିଙ୍କର ଇଫତାର ପାର୍ଟି ଆୟୋଜିତ ହୋଇଥିଲା , ଯେଉଁଥିରେ ଅନେକ ସେଲେବ୍ରିଟି ସାମିଲ ହୋଇଥିଲେ ଏବଂ ଏହି ପାର୍ଟିରେ ଶହନାଜ ଓ ଶାହରୁଖଙ୍କର ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି।

ବାବା ସିଦ୍ଦିକ୍‌ଙ୍କର ଇଫତାର ପାର୍ଟିରେ ଶାହରୁଖ ଖାନା କଳା କୁର୍ତ୍ତା – ପାଇଜାମା ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ତାଙ୍କର ସ୍ୱାଗ ସମସ୍ତଙ୍କର ହୃଦୟ ଜିତି ନେଇଛି । ଶାହରୁଖଙ୍କ ବ୍ୟତୀତ ପାର୍ଟିରେ ଶହନାଜ ଗିଲ ଧଳା କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି । ସେପଟେ ପ୍ରଶଂସକଙ୍କ ପାଇଁ ସେହି କ୍ଷଣ ବହୁତ ଖାସ୍‌ ରହିଥିଲା , ଯେବେ ଶାହରୁଖ ଓ ଶହନାଜ ଗିଲ୍‌ ଏକା ସାଥିରେ ନଜର ଆସିଥିଲେ। ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ ହେଉଛି। ଯେଉଁଠି କଥାବାର୍ତ୍ତା ବେଳେ ପରସ୍ପରକୁ ଆଲିଙ୍ଗନ କରିବା ଦେଖିବାକୁ ମିଳିଛି । ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରିବା ସହ କମେଣ୍ଟ ବି ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ : ପୁରୁଷ ବନ୍ଧୁ ଗିରଫ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ । ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ କେନ୍ଦ୍ରାପଡା ଏସପିଙ୍କ...

Login