ନୂଆଦିଲ୍ଲୀ : ଭାରତକୁ ବଡ ଝଟକା, ଜାରି ହେଲା ଶକ୍ତିଶାଳୀ ରାଷ୍ଟ୍ରର ସୂଚି। ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାଦ୍ ପଡିଛି ଭାରତ । ଫୋର୍ବସ୍ ଭାରତ ଟପ୍ ଟେନ୍ ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାହର ହୋଇଛି । ଫୋର୍ବସ୍ ୨୦୨୫ରେ ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି । ଫୋର୍ବସ୍ ୧୦ ଟି ଦେଶକୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭାରତ ବାଦ୍ ପଡିଛି । ଏହି ତାଲିକା ଅନେକ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ ଉପରେ ଆଧାରିତ। ଭାରତ ଏଥିରୁ ବାଦ୍ ପଡିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଇଛି । ଭାରତ ଏକ ବୃହତ ଜନସଂଖ୍ୟା, ଚତୁର୍ଥ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି ଥିବା ଦେଶ ହୋଇ କିପରି ଏହି ତାଲିକାରୁ ବାଦ୍ ପଡିଲା ବୋଲି ଅନେକ ମହଲରୁ ପ୍ରଶ୍ନ ଉଠିଛି । ଫୋର୍ବସ୍ କହିବା ଅନୁଯାୟୀ, ଏହି ସୂଚି ୟୁଏସ୍ ନ୍ୟୁଜ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ର଼୍ୟାଙ୍କିଙ୍ଗ୍ ପାଇଁ ପାଞ୍ଚଟି ମୁଖ୍ୟ ମାପଦଣ୍ଡକୁ ନଜରରେ ରଖାଯାଇ ତାଲିକା ପ୍ରସ୍ତୁତ କରାଯାଏ। ଯେପରିକି ଯେକୌଣସି ଦେଶର ନେତା, ଅର୍ଥନୈତିକ ପ୍ରଭାବ, ରାଜନୈତିକ ପ୍ରଭାବ, ଦୃଢ ଆନ୍ତର୍ଜାତୀୟ ଗଠବନ୍ଧନ ଏବଂ ଶକ୍ତିଶାଳୀ ସୈନ୍ୟ ଉପରେ ଆଧାର କରାଯାଇ ତାଲିକା ପ୍ରସ୍ତୁତ କରାଯାଏ।
ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାଦ ପଡିଲା ଭାରତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...