ନୂଆଦିଲ୍ଲୀ : ରୁଷରେ ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମାପ କରାଯାଇଥିଲା । ୟୁଏସଜିଏସ ଭୂମିକମ୍ପ କହିଛି, ଗତକାଲି ରାତିରେ ରୁଷର ସେଭେରୋ-କୁରିଲସ୍କର ପୂର୍ବ ଦକ୍ଷିଣ-ପୂର୍ବରେ ୨୬୭ କିଲୋମିଟର ଦୂରରେ ରିକ୍ଟର ସ୍କେଲରେ ୬.୦ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା ।” ଏତି ସହ ଜାଣିରଖନ୍ତୁ ଯେ, ଜୁଲାଇ ୩୦ ତାରିଖରେ ରୁଷିଆର କାମଚାଟକା ଦ୍ୱୀପରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଭୂମିକମ୍ପ ଯୋଗୁଁ ପ୍ରଶାନ୍ତ ମହାସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ଚେତାବନୀ ଜାରି କରାଯାଇଥିଲା । ଜୁଲାଇ ୩୦ ତାରିଖରେ ଘଟିଥିବା ଭୂମିକମ୍ପ ବିଶ୍ୱର ୧୦ଟି ବଡ଼ ଭୂମିକମ୍ପ ମଧ୍ୟରେ ସାମିଲ୍ ଥିଲା । ଏହି କାରଣରୁ ଜାପାନ, ଆମେରିକା ଏବଂ ଚିଲି ଭଳି ଦେଶଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି ।
Views: 17