The Ultimate Managed Hosting Platform
ADVERTISEMENT

ରାସ୍ତାକଡ ଦୋକାନକୁ ମାଡିଗଲା କାର

Facebook
Twitter
LinkedIn

ନୟାଗଡ : ରାସ୍ତାକଡ ଦୋକାନକୁ ମାଡିଗଲା କାର । ୨ ଜଣଙ୍କର ଚାଲିଗଲା ଜୀବନ । ଇଟାମାଟି ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା । କାରରେ ଥିବା ଜଣେ ବ୍ୟକ୍ତି ଓ ଜଣେ ପଥଚାରୀଙ୍କ ମୃତ୍ୟୁ । କାର ଡ୍ରାଇଭର ଫେରାର ଥିବା ବେଳେ ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି ।
ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜ଼ିଲ୍ଲା ବୋଲଗଡ଼ ଥାନା ସାଗୁରୁ ଗାଁର ସୂର୍ୟ୍ୟକାନ୍ତ ପ୍ରଧାନ ଓ ଅନ୍ୟ ଦୁଇ ଯୁବକ କାର ଯୋଗେ ନୟାଗଡରୁ ଶାଗୁରୁ ଗାଁକୁ ଯାଉଥିଲେ। ଇଟାମାଟି ନିକଟରେ ଏକ ଟ୍ରକକୁ ଓଭର ଟେକ୍ କରୁଥିବା ବେଳେ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲେ । କାର ପଛରେ ବସିଥିବା ସୂର୍ୟ୍ୟକାନ୍ତଙ୍କ ଛାତିରେ ଆଘାତ ଲାଗିଥିଲା । ଇଟାମାଟି ପୋଲିସ ଖବର ପାଇ ପଥଚାରୀ ଓ ସୂର୍ୟ୍ୟକାନ୍ତକୁ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଇଟାମାଟି ପୋଲିସ କାରକୁ ଜବତ କରି ତଦନ୍ତ ଚଳାଇଛି। କାରରେ ଅନ୍ୟ ୨ ଯୁବକ ଫେରାର ଥିବା ଇଟାମାଟି ଆଇଆଇସି କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login