ଭଦ୍ରକ : ରାତିରେ ଶନି ମନ୍ଦିରରୁ ଚୋରି । ଗେଟ ଭାଙ୍ଗି ନେଇଗଲେ ୨ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ନରସିଂହ ପୁର ପଂଚାୟତ ବାଣପୁର ଗ୍ରାମରେ ଥିବା ନିସର୍କ ଶନି ମନ୍ଦିରରୁ ଚୋରି । ଗତକାଲି ସନ୍ଧ୍ୟା ଆଳତି ପରେ ପୂଜକ ମନ୍ଦିରର ଗେଟରେ ତାଲା ପକାଇ ପଲାଇ ଯାଇଥିଲା । ପ୍ରତିଦିନ ପୂଜକର ସ୍ତ୍ରୀ ଆସି ଠାକୁର ପୂଜା ନିମନ୍ତେ ଫୁଲ ତୋଳିବା ଓ ମନ୍ଦିର ସଫା କାର୍ୟ୍ୟ କରିଥାଏ । ଆଜି ମଧ୍ୟ ସକାଳେ ପୂଜକର ସ୍ତ୍ରୀ ପୂଜା ପାଇଁ ଫୁଲ ତୋଳି ସାରି ମନ୍ଦିର ଧୋଇବାକୁ ଆସି ଦେଖନ୍ତିତ ମନ୍ଦିର ଗେଟ ଭଙ୍ଗା ଯାଇଛି । କେମିତି କଣ ପାଇଁ ଭଙ୍ଗା ଯାଇଛି ସେନେଇ ସ୍ୱାମୀଙ୍କୁ ତୁରନ୍ତ ଖବର ଦେଇଥିଲେ । ମନ୍ଦିର କମିଟର ସମ୍ପାଦକ ଓ ସମସ୍ତ କର୍ମୀ ଓ ପୂଜକ ମାନେ ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେବା ଦେଖନ୍ତିତ ହୁଣ୍ଡୀ ବାକ୍ସ ସମେତ ମାଙ୍କ ସହ ସବୁ ଦେବଦେବୀଙ୍କ ଦେହରେ ଲାଗିଥିବା ଲକ୍ଷାଧିକ ଟଙ୍କାର ସମସ୍ତ ସୁନା ଓ ରୁପା ଅଳଙ୍କାର କେହି ଚୋରି କରି ନେଇଛି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ହେବା ସହିତ ହୁଣ୍ଡୀ ବାକ୍ସ ଯାହାକି ୫ରୁ ୧୦ ହଜାର ଭଲି ଦାନରେ ଦିଆଯାଇଥିବା ଟଙ୍କାକୁ ଦୁର୍ବୃତ୍ତ ନେଇଯାଇଥିବା କଥା କହିଛନ୍ତି ।
ରାତିରେ ଗେଟ ଭାଙ୍ଗି ଶନି ମନ୍ଦିରରୁ ଚୋରି, ନେଇଗଲେ ୨ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର

Facebook
Twitter
LinkedIn
Facebook
Twitter
LinkedIn
Recent News
ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...