ଭୁବନେଶ୍ୱର : ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ୨ ଜଣ ଯୁବକ ଗୁରୁତର ହୋଇଛନ୍ତି । ଖଣ୍ଡଗିରି ଥାନା ପାତ୍ରପଡାରେ ୨ ଯୁବକଙ୍କୁ ହାଣି ପକାଇଲେ । କମେଣ୍ଟ ମରା ଓ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ । ୨ ଗୁରୁତର ଏମ୍ସରେ ଭର୍ତ୍ତି, ଖଣ୍ଡଗିରି ପୋଲିସର ଛାନଭିନ । ଖବର ପାଇ ଖଣ୍ଡଗିରି ପୋଲିସ ଘଟଣାସ୍ଥଳ ପରିଦର୍ଶନ ସହ ଛାନଭିନ କରିଛି । ତେବେ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ଖଣ୍ଡଗିରି ପୋଲିସ ସୂଚନା ଦେଇଛି ।
Views: 56