ରାଉରକେଲା : ରାଉରକେଲାରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ । ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ଏନକାଉଣ୍ଟର । ଆହତ ଅପରାଧୀ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି । ଲକୁଆ ନାଁରେ ହତ୍ୟା, ଚୋରି, ଡକାୟତି ଭଳି ଏକାଧିକ ମାମଲା ରହିଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଛି। ଆଜି ଭୋର ୪ ଟା ରେ ଅକ୍ଷରଶିଳା ନିକଟରେ ବ୍ୟାସ ଲାଖୁଆ ଲୁଚିଥିବାର ସୂଚନା ପାଇ ପୋଲିସ ତାକୁ ଧରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ ଉପରକୁ ଗୁଳି କରିଥିଲା ବ୍ୟାସ। ପୋଲିସର ପାଲଟା ଗୁଳିରେ ସେ ଆହତ ହୋଇଛି।
Views: 22