The Ultimate Managed Hosting Platform
ADVERTISEMENT

ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି, ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ

Facebook
Twitter
LinkedIn

ପୁରୀ : ଆଜି ପବିତ୍ର ବାହୁଡା ଯାତ୍ରା । ରତ୍ନବେଦୀକୁ ଫେରିବେ କାଳିଆ ଠାକୁର । ସାଆନ୍ତଙ୍କୁ ନେଇ ଶ୍ରୀମନ୍ଦିର ଫେରିବାକୁ ଅପେକ୍ଷାରେ ନନ୍ଦିଘୋଷ । ଜନ୍ମବେଦୀର ମୋହ ତୁଟାଇ ଫେରିବେ ମଣିମା । ତିନିଠାକୁରଙ୍କ ରଥାରୁଢ ପରେ ଆରମ୍ଭ ହୋଇଛି ଗଜପତି ମହାରାଜଙ୍କ ଛେରାପହଁରା ସେବା । ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିସାରିବା ପରେ ନନ୍ଦିଘୋଷ ରଥରେ ରାଜା ବେଶରେ ଛେରାପହଁରା ସେବା କରିଛନ୍ତି ଗଜପତି ମହାରାଜ । ଏହା ପରେ ଅପରାହ୍ନରେ ଚାରମାଳ ଫିଟା ସହ ଘୋଡ଼ା ଲାଗିବ । ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ରଥଟଣା ସରିବା ପରେ ରଥ ଉପରେ ଅନ୍ୟାନ୍ୟ ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଛି ବୋଲି ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login