ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପପୁଲାର କପଲ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ । କାଲି ଅର୍ଥତ୍ ଫେବୃଆରୀ ୨୧ରେ ସେମାନଙ୍କର ବିବାହ ହୋଇଛି। ଲୋକମାନେ ଦିନସାରା ଏହି ହାଇ ପ୍ରୋଫାଇଲ୍ ବିବାହର ଫଟୋକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଏହି ଅଭିନେତ୍ରୀ ତାଙ୍କ ଫ୍ୟାନ୍ସଙ୍କ ସହ ତାଙ୍କ ବିବାହର କିଛି ଫଟୋ ସେୟାର କରିଛନ୍ତି । ଏହା ପରେ ଫ୍ୟାନ୍ସ ମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିବାହ ଫଟୋରେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କ ସୁଖକୁ ସ୍ପଷ୍ଟ ଭାବରେ ଦେଖିପାରିବେ । ରକୁଲ ଏକ ପେଷ୍ଟେଲ ପିଙ୍କ୍ କଲରର ଲେହେଙ୍ଗା ପିନ୍ଧିଥିବାବେଳେ ଜ୍ୟାକି ଏକ କ୍ରିମ କଲର ଶେରୱାନିରେ ଦେଖିବାକୁ ମିଳିଥିଲେ । ଏହି ଦମ୍ପତି ନିଜ ପୋଷାକ ସହିତ ମ୍ୟାଚ୍ ହେଉଥିବା ଭଳି ପିଙ୍କ୍ ଫୁଲର ଫୁଲମାଳ ପକାଇଛନ୍ତି । ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ଉଭୟ ପଞ୍ଜାବୀ ରୀତିନୀତି ଅନୁଯାୟୀ ବୁଧବାର ଗୋଆରେ ବିବାହ କରିଥିଲେ ଏବଂ ସନ୍ଧ୍ୟାରେ ଉଭୟ ହିନ୍ଦୁ ଧର୍ମ ଅନୁଯାୟୀ ବିବାହ କରିଥିଲେ । ଗୋଆରେ ହୋଇଥିବା ଏହି ବିବାହରେ ଅନେକ ବଲିଉଡ ଷ୍ଟାର ଯୋଗ ଦେଇଛନ୍ତି ।
ରକୁଲ ଓ ଜ୍ୟାକିଙ୍କ ବିବାହ ଫଟୋ ଭାଇରାଲ, ଅଭିନନ୍ଦନ ଜଣାଇଲେ ଫ୍ୟାନ୍ସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











