The Ultimate Managed Hosting Platform
ADVERTISEMENT

 ଯେତେ ବୁଝାଇଲେ ବି ଜମା ବୁଝିଲେନି, ମଞ୍ଚକୁ ଗଲେନି ତଳେ ବସିଲେ

Facebook
Twitter
LinkedIn

ବେଙ୍ଗଲରେ ହାଇଡ୍ରାମା । ମଞ୍ଚକୁ ଚଢ଼ିଲେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ । ଯେତେ ବୁଝାଇଲେ ବି କାହା କଥା ସେ ବୁଝିଲେନି କି ଶୁଣିଲେନି । ଏମିତିକି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ସିଭି ଆନନ୍ଦ ବୋଷ ମଧ୍ୟ ମମତାଙ୍କୁ ବୁଝାଇଥିଲେ ବି ସେ ତାଙ୍କ କଥା ଶୁଣିନଥିଲେ । ଆଉ ମମତା ମଞ୍ଚକୁ ନଚଢ଼ିବାରୁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ନେତା ମନ୍ତ୍ରୀ ଚିନ୍ତିତ ଥିଲେ ।

ଏହି ଘଟଣାକୁ ନେଇ ଏବେ ପଶ୍ଚିମବଙ୍ଗ ତଥା ସାରା ଦେଶରେ ଖୁବ୍‌ ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆ ରେ ମଧ୍ୟ ଏହାକୁ ନେଇ ଢ଼େର ଚର୍ଚ୍ଚା ଆରମ୍ଭ ହେଲାଣି । କୋଲକତାର ହୱଡ଼ାରେ ଜଲପାଇଗୁଡ଼ିକୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଭର୍ଚୁଆଲ୍‌ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ତେବେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ମଞ୍ଚରେ ସବୁ ନେତା ଛିଡ଼ା ହୋଇଥିବା ବେଳେ କେବଳ ମମତା ବାନାର୍ଜୀ ମଞ୍ଚକୁ ଯିବାକୁ ମନା କରିଥିଲେ । ସେ ସାଧାରଣ ଲୋକଙ୍କ ସହ ଦର୍ଶକ ଭାବେ ମଞ୍ଚ ତଳେ ପଡ଼ିଥିବା ଚେୟାରରେ ବସିଥିଲେ । ମଞ୍ଚକୁ ଆସିବା ପାଇଁ ତାଙ୍କୁ ସମସ୍ତେ ବୁଝା ସୁଝା କରିଥିଲେ ବି ସେ ଆସିନଥିଲେ ।

ଅନ୍ୟପଟେ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇଆସିଥିବା ଗୋଟିଏ ବର୍ଗର ଜନତାଙ୍କ ଦ୍ୱାରା କରାଯାଉଥିବା ନାରା ବାଜିରେ ମମତା ବିରକ୍ତି ପ୍ରକାଶ କରିଥିଲେ । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

Operation Sindoor : ଭାରତ-ପାକ ଯୁଦ୍ଧ: ପାକିସ୍ତାନକୁ ଆମେରିକା ରାଷ୍ଟ୍ରପତିଙ୍କ କଡା ଚେତାବନୀ

ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ

ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...

ADVERTISEMENT
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ

ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...

Login