The Ultimate Managed Hosting Platform
ADVERTISEMENT

ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

Facebook
Twitter
LinkedIn

ଭଦ୍ରକ : ପରଲୋକରେ ଯାତ୍ରା ଅଭିନେତା ଗୁରୁ ପୃଷ୍ଟି । ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଗତକାଲି ରବିବାର ସନ୍ଧ୍ୟାରେ ଭଦ୍ରକ ନିକଟରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ଜୀବନ ଯାଇଛି । କମେଡିଆନ ଗୁରୁ ପୁଷ୍ଟି ଭଦ୍ରକରୁ ଧାମନଗର ଷଣ୍ଡପୁର ଅଭିମୁଖେ ଅଭିନୟ ପାଇଁ ଏକ ମୋଟର ସାଇକେଲରେ ଯାଉଥିଲେ । ତେବେ ୧୬ ନମ୍ବର ଜାତୀୟ ରାଜପଥର ବିଷ୍ଣୁ ପୁର କେନାଲ ଛକ ନିକଟରେ ଛିଡା ହୋଇଥିବା ଏକ ଡ଼ମ୍ପରକୁ ପଛରୁ ଧକ୍କା ଦେଇଥିଲା । ତେଣୁ ତାଙ୍କୁ ଗୁରୁତର ଭାବେ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁସାରେ, ଥିଏଟରରୁ ନିଜର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ଗୁରୁ । ଇଂ ଆଶୁତୋଷ ମହାପାତ୍ରଙ୍କ ‘ବଡ଼ ଦାଣ୍ଡର ଭିକାରୀ’ ନାଟକ ତାଙ୍କୁ ଯାତ୍ରା ଦୁନିଆରେ ବେଶ୍ ପରିଚୟ ଦେଇଥିଲା । ସେଥିରେ ଏକ ଚର୍ଚ୍ଚିତ ଡାଇଲଗ୍ ଥିଲା ‘ପଇଡ଼ କିଏ କହିଲାଟ୍ଟ’ । କଟକରେ ତାଙ୍କ ନିଜ ଘର ହୋଇଥିବାବେଳେ ସେ ସିନେମା କିମ୍ବା ସିରିଏଲରେ ଅଭିନୟ ନ କରି ଯାତ୍ରା ମଞ୍ଚକୁ ଆଦରି ନେଇଥିଲେ । ୨୦୧୯ରେ ଯାତ୍ରାରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login