ଯାଜପୁର : ଯାଜପୁରରେ ଡାଇରିଆ ଆତଙ୍କ । ଯାଜପୁର ଜିଲ୍ଲାରେ ୪୯ ସାମ୍ପଲରୁ ଆଉ ୧୬ କଲେରା ପଜିଟିଭ । ଏ ନେଇ ସୂଚନା ଦେଲେ ଯାଜପୁର ସିଡିଏମଓ । ଦୁଇଟି ପର୍ଯ୍ୟାୟରେ ଯାଇଥିବା ସାମ୍ପଲରୁ ପଜିଟିଭ ଚିହ୍ନଟ । ୨୧ ରୁ ୧୧ ଓ ପରବର୍ତ୍ତୀ ୨୮ ସାମ୍ପଲରୁ ୫ କଲେରା ପଜିଟିଭ । ଡାଇରିଆ ସ୍ଥିତି ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କେନ୍ଦ୍ରୀୟ ପ୍ରତିନିଧି ଦଳ ସହ ସ୍ବତନ୍ତ୍ର ବୈଠକ ହୋଇଛି । ପରେ ପ୍ରଭାବିତ ବିଭିନ୍ନ ବ୍ଲକ ଗସ୍ତ କରିଛି ୧୦ ଜଣିଆ କେନ୍ଦ୍ରୀୟ ଟିମ୍ । ଜିଲ୍ଲାରେ ଚିକିତ୍ସା ବ୍ୟବସ୍ଥା କିଭଳି ଗ୍ରହଣ କରାଯାଇଛି ସେ ନେଇ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରିଥିଲେ । ପାଣିରୁ ସଂକ୍ରମଣ ବ୍ୟାପିଥିବା କହିଛନ୍ତି କେନ୍ଦ୍ରୀୟ ଦଳ। ଏଥି ସହ ପାଣି ଫୁଟାଇ ପିଇବା ସହ ପରିବେଶ ନିର୍ମଳ ରଖିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
Views: 30