ଖୋର୍ଦ୍ଧା : ମୋ ବସକୁ ପିଟିଲା ଆଇଚର। ମୋ ବସ୍-ଆଇଚର ଧକ୍କାରେ ୧୦ରୁ ଅଧିକ ଗୁରୁତର । ଖୋର୍ଦ୍ଧା ପିତାପଲ୍ଲୀ ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ଟ୍ରକ୍ କ୍ୟାବିନରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର ।
ସେପଟେ ଖବର ପାଇ ଖୋର୍ଦ୍ଧାର ଅଗ୍ନିଶମ ବାହିନୀ ଏବଂ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୋ ବସଟି ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ପିତାପଲ୍ଲୀ ପୂର୍ବରୁ ଖୋର୍ଦ୍ଧା ସହର ଭିତରକୁ ଯିବାକୁ ଥିବା ରାସ୍ତା ନିକଟରେ ବସ୍କୁ ପିଟିଲା ଆଇଚର ଗାଡି ।
Views: 69