ସୁବର୍ଣ୍ଣପୁର : ଶ୍ମସାନରେ ଜଳୁଛି ଜୁଇ। ଗୋଟିଏ ନୁହେଁ ଦୁଇ ଦୁଇଟି ଜୁଇ ଜଳୁଛି । ତାହା ପୁଣି ବାପ ପୁଅଙ୍କ । ଆଉ ଏହି ଘଟଣା ପୁରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଏମିତି ଏକ ଦୁଖଦ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳର ପରିଷଦରୁ । ଏକାଠି ଶଶ୍ମାନରେ ଜଳିଛି ବାପା-ପୁଅଙ୍କ ଶବ । ବାପା ହେଲେ ଆଦିକନ୍ଦ ସା ଓ ପୁଅ ହେଲେ ଆର୍ତତ୍ରାଣ ସା । ଗତକାଲି ପୁଅ ବାପାଙ୍କ ଦେହ ଭଲ କରିବାକୁ ବଲାଙ୍ଗୀର ଭିମଭୋଇ ମେଡିକାଲକୁ ଯାଇଥିଲେ। ଦୁହେଁ ଶବ ହୋଇ ଘରକୁ ଫେରିଲେ । ଘରେ ବିଧବା ମା’ ଓ ଭିନ୍ନକ୍ଷମ ଭାଇ ଏବେ ଅସହାୟ ହୋଇପଡ଼ିଛନ୍ତି । ସୂଚନା ଅନୁସାରେ, ତରଭାର ଆଦିକନ୍ଦ ସା’ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ପୁଅ ଆର୍ତତ୍ରାଣ ସା’ ବାପାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନେଇଥିଲେ । ବାପାଙ୍କ ଚିକିତ୍ସା ଚାଲିଥିବା ସମୟରେ ଅଚାନକ ପୁଅ ଆର୍ତତ୍ରାଣ ଅସ୍ୱାଭାବିକତା ଅନୁଭବ କରିଥିଲେ । ଡାକ୍ତର ଆସି ଚିକିତ୍ସା କରୁ କରୁ ଆର୍ତତ୍ରାଣଙ୍କ ମୃତ୍ୟୁ ହୋଇଯାଇଥିଲା । ପୁଅର ମୃତ୍ୟୁ ଖବର ଶୁଣିବା ପରେ ଅଚାନକ ପଡ଼ିଯାଇଥିଲେ ବାପା ଆଦିକନ୍ଦ । ଆଉ ସେଠି ତାଙ୍କର ବି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତରଭାରେ ମୃତଦେହ ପହଂଚିବା ପରେ ଗୋଟିଏ ଶଶ୍ମାନରେ ବାପା-ପୁଅଙ୍କ ଜୁଇ ଜଳିଛି । ଏହି ଖବର ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଏକାଠି ଜଳିଲା ବାପ ପୁଅଙ୍କ ଜୁଇ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







