ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣକୁ ନେଇ କଟାକ୍ଷ । ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କଲେ କଟାକ୍ଷ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଦଳୀୟ ଆଭିମୁଖ୍ୟରୁ ଉର୍ଦ୍ଧ୍ବରେ ରହିବା ଆବଶ୍ୟକ। ଗୋଟେପଟେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ, ବିଜେପି ସରକାର ଏବେ ବାଲ୍ୟାବସ୍ଥାରେ ଅଛି। ଅନ୍ୟପଟେ ୭୦ ବର୍ଷ ପୂର୍ବର ସରକାରଙ୍କ ଦୋଷତ୍ରୁଟି କଥା କହୁଛନ୍ତି। ସେହିଭଳି ବଡ ଠାକୁର ଓଡ଼ିଆ ଅସ୍ମିତାର ପ୍ରତୀକ ହୋଇଥିବା ବେଳେ ପହଣ୍ଡି ବେଳେ ତାଙ୍କୁ ଚାଳମାଳରେ ତଳେ ପକେଇଦେବା, ମଦକୁ ନେଇ ଦୁଇ ମନ୍ତ୍ରୀଙ୍କ ଭିନ୍ନ ଭିନ୍ନ ଉକ୍ତି ଏପରିକି ଓଡିଆ ଭାଷାକୁ ବିକୃତ କରିବା କଣ ଓଡିଆ ଅସ୍ମିତାର ପରିଚୟ ବୋଲି ଲେନିନ ମହାନ୍ତି ପ୍ରଶ୍ନ କରିଛନ୍ତି। ଗତ ୨୪ ବର୍ଷରେ ଯାହା ନବୀନ ପଟ୍ଟନାୟକ କରିଛନ୍ତି, ବିଜେପି ସରକାର କେବଳ ନାଁ ଓ ରଙ୍ଗ ବଦଳାଉଛନ୍ତି। ନବୀନ ତାଙ୍କ ଶାସନ କାଳରେ ଯାହା କରିଛନ୍ତି ତାହା ପ୍ରକୃତ ଲୋକାଭିମୁଖୀ ସରକାରର ପରିଚୟ। ଆଶା କରୁଛୁ ମୋହନ ମାଝୀ ଯାହା ପ୍ରତିଶୃତି ଦେଇଥିଲେ, ତାହା ପୂରଣ କରିବେ। ଶସ୍ତା ବକ୍ତବ୍ୟରୁ ନିବୃତ୍ତ ରହନ୍ତୁ ବୋଲି ଲେନିନ ମହାନ୍ତି କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ଲେନିନ ମହାନ୍ତିଙ୍କ କଟାକ୍ଷ, କହିଲେ ଶସ୍ତା ବକ୍ତବ୍ୟରୁ ନିବୃତ ରହନ୍ତୁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦୀପ ନିଆଁରେ ମହିଳା ଦଗ୍ଧ
ଜଟଣୀ : ଦୀପ ନିଆଁରେ ମହିଳା ଦଗ୍ଧ । ରଥିପୁର ଗାଁରେ ଘରେ ଠାକୁର ପୂଜା ବେଳେ ଅଘଟଣ । ଦଗ୍ଧ ମହିଳାଙ୍କୁ ମୃତ ଘୋଷଣା କଲେ...
ମହାନଦୀକୁ ଡେଇଁଥିବା ମହିଳା ଉଦ୍ଧାର
ସମ୍ବଲପୁର : ଚାଉଁରପୁର ମହାଦନୀ ବ୍ରିଜ ଉପରୁ ଡେଇଁଥିବା ମହିଳା ଉଦ୍ଧାର । ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲକୁ ନେଲେ । ହଠାତ୍ ଆସି ବ୍ରିଜ...
ପୁଣି ଖୋଲିଲା ରେଙ୍ଗାଲି ଡ୍ୟାମ
କଣିହାଁ : ଦ୍ୱିତୀୟ ଥର ପାଇଁ ଖୋଲିଲା ରେଙ୍ଗାଲି ଡ୍ୟାମ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଲି ଡ୍ୟାମ ଖୋଲିଛି । ଉପରମୁଣ୍ଡରେ ବର୍ଷା ଯୋଗୁ...
ଧରାପଡିଲା ଦୁର୍ଘଟଣା ଘଟାଇଥିବା ଥର୍
ଭୁବନେଶ୍ୱର : ପାତ୍ରପଡା ଭି୨ ପାଖରେ ଦୁର୍ଘଟଣା ଘଟାଇଥିବା ଥର ଧରାପଡିଲା । ସିସିଟିଭି ଆଧାରରେ ଜଟଣୀ ଅଞ୍ଚଳରୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ ।...