ନୂଆଦିଲ୍ଲୀ : ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ପରେ ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭାରତର ଦିଲ୍ଲୀ ଏନସିଆର, ମଣିପୁର, ମେଘାଳୟରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଖବର ମୁତାବକ, ଅପରାହ୍ନ ୧.୦୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି । ଏହାସହ ଏହି ବଡ଼ ଭୂମିକମ୍ପ ଯୋଗୁଁ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି, ଯାହାର କେନ୍ଦ୍ରସ୍ଥଳ ସାଗାଇଙ୍ଗ ନିକଟରେ ଥିଲା । ଏହି ଭୂମିକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ ।
Views: 19