ସମ୍ବଲପୁର : ମହାନଦୀକୁ ଡେଇଁ ପଡିଲେ ହାଇସ୍କୁଲ ଛାତ୍ରୀ । ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁପଡିଲେ ଛାତ୍ରୀ । ବ୍ରିଜ ଉପରେ ସାଇକେଲ ଓ ସ୍କୁଲ ବ୍ୟାଗ ରଖି ଡେଇଁଲେ । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି । ସ୍କୁଲ ଯିବା ସମୟରେ ବ୍ରିଜ ଉପରେ ସାଇକେଲ ଥୋଇ ଡେଇଁ ପଡ଼ିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ମହାନଦୀରେ ଅଧିକ ପାଣି ଥିବାରୁ ଖୋଜିବାରେ ସମସ୍ୟା ଉପୁଜିଛି। ଛାତ୍ରୀ ଜଣକ କାହିଁକି ମହାନଦୀକୁ ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି।
Views: 43