କେନ୍ଦୁଝର: ମହଙ୍ଗାପଡ଼ିଲା ବରହା ଶୀକାର କରିବା । କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ବଳିତା ଗାଁ ନିକଟସ୍ଥ ଏକ ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର କରିଥିବା ଅଭିଯୋଗରେ ୨ ଜଣକୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରୁଗୁଡ଼ି ଥାନା ରୋଇଡ଼ା କ୍ୟାମ୍ପ ହଟିଂ ଅଞ୍ଚଳର ସଲିମ୍ ଓରାମ୍ ଓ ଅନୀଲ ମୁଣ୍ଡା ।
ଖବର ଅନୁସାୟୀ, ଏମାନେ ବାରହା ଶିକାର କରିବାକୁ ଗତ କାଲି ରାତିରେ ଜଙ୍ଗଲରେ ଲୁହା ବିଦ୍ୟୁତ ତାର ବିଛାଇଥିଲେ । ସେଥିରେ ୧୧ କେଭିଏ ବିଦ୍ୟୁତ ମଧ୍ୟ ସଂଯୋଗ କରିଥିଲେ । ଏକ ବାରହା ସେହି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଥିଲା ବେଳେ ସେହି ଅଞ୍ଚଳରେ ଲାଇନ୍ ମଧ୍ୟ କଟିଯାଇଥିଲା । ବିଦ୍ୟୁତ କଟିବା ନେଇ ଅଭିଯୋଗ ହେଲା ପରେ, ଏ ନେଇ ବନ ବଭାଗର ସନ୍ଦେହ ଉପୁଜିଥିଲା । ସେ ତୁରନ୍ତ ବଡ଼ବିଲ ରେଞ୍ଜ ଅଧିକାରୀ ସଂଜୀବ ରାଉତଙ୍କ ନେତୃତ୍ୱରେ ଅନ୍ୟ ବନ କର୍ମଚାରୀଙ୍କ ସହ ବଳିତା ଜଙ୍ଗଲରେ ଚଢ଼ାଉ କରିଥିଲା । ସେଠାରୁ ଏକ ମୃତ ବାରହାକୁ ଜବତ କରିବା ସହ, ୨ ଶିକାରୀଙ୍କୁ ଗିରଫ କରିଥିଲା । ଏଥିସହ ଶିକାର ପାଇଁ ବ୍ୟବହୃତ ଲୁହା ତାର ଓ ଇନ୍ସୁଲେଟରକୁ ମଧ୍ୟ ଜବତ କରିଛି ।