The Ultimate Managed Hosting Platform
ADVERTISEMENT

ମଲାଇକା ଅରୋରାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

Facebook
Twitter
LinkedIn

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କୁହାଯାଉଛି ଯେ, ଅଭିନେତ୍ରୀଙ୍କ ‘ଖୋପୋଲି ଏକ୍ସପ୍ରେସ୍‌ ୱେ’ରେ ଅଭିନେତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସମୟରେ ୩ଟି ଗାଡ଼ି ମୁହାଁମୁହିଁ ହୋଇଥିଲା। ଦୁର୍ଘଟଣା ସମୟରେ ନିଜ ଗାଡ଼ିରେ ମଲ୍ଲିକା ମଧ୍ୟ ଉପସ୍ଥିତ ଥିଲେ।ଖବର ଅନୁସାରେ ମଲାଇକା ଅରୋରା ସାମାନ୍ୟ ଆହତ ହୋଇଛନ୍ତି। ଖୋପୋଲି ପୋଲିସ ଷ୍ଟେସନ ଅନୁସାରେ ଅଭିନେତ୍ରୀଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ପୋଲିସ କହିବା ଅନୁସାରେ ମାମଲାର ତଦନ୍ତ କରାଯିବା ପରେ ଏଫଆଇଆର ରୁଜୁ କରାଯିବ। 

 ଅଭିନେତ୍ରୀ କୌଣସି ଏକ ଫ୍ୟାଶନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ। ପ୍ରଶସକମାନେ ମଲାଇକାଙ୍କ ଦୁର୍ଘଟଣାରେ ଆହତ ହୋଇଥିବା ଜାଣି ବିସ୍ମିତ ହୋଇଥିଲେ। ଆପଲୋ ହସ୍‌ପିଟାଲ କହିବା ଅନୁସାରେ ଅଭିନେତ୍ରୀଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି। ମଲାଇକାଙ୍କ ସିଟି ସ୍କାନ କରାଯାଇଛି। ରିପୋର୍ଟ ପଜିଟିଭ ଆସିଛି। ମାତ୍ର ରାତିସାରା ମଲାଇକାଙ୍କ ଉପରେ ଡାକ୍ତରୀ ଟିମ୍‌ ନଜର ରଖିଛନ୍ତି। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login