କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟ ଝଟକା । ୨୫ ହଜାର ଶିକ୍ଷକ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିଦେ୍ର୍ଦଶ କାଏମ ରଖିଲେ । କୋଲକତା ହାଇକୋର୍ଟ ଅନିୟମିତତା ଦର୍ଶାଇ ନିଯୁକ୍ତି ରଦ୍ଦ କରିଥିଲେ । ସାନି ନିଯୁକ୍ତି ପାଇଁ ବିଜ୍ଞାପନ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ । ୨୪,୬୪୦ ପୋଷ୍ଟ ପାଇଁ ବିଜ୍ଞାପନ ବାହାରିଥିଲେ ବି ୨୫,୭୫୩ ନିଯୁକ୍ତି ପାଇଁଥିଲେ । ବ୍ଲାଙ୍କ ଓଏମଆର ସିଟ ଦେଇ ଅବଶିଷ୍ଟ ନିଯୁକ୍ତି ପାଇଥିଲେ । ପ୍ରଧାନ ବିଚାରପତି କହିଛନ୍ତି, ଯେଉଁ କର୍ମଚାରୀଙ୍କ ନିଯୁକ୍ତି ବାତିଲ ହୋଇଛି ସେମାନଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଫେରସ୍ତ କରିବା ଆବଶ୍ୟକ ନାହିଁ । ଚୟନ ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରିବାକୁ ଏବଂ ତିନି ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମାନବିକତା ଦୃଷ୍ଟିରୁ କେବଳ ଭିନ୍ନକ୍ଷମ କର୍ମଚାରୀଙ୍କୁ କାର୍ୟ୍ୟରେ ରଖାଯିବ । ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ ଉପରେ ଏପ୍ରିଲ ୪ ରେ ଶୁଣାଣି ସ୍ଥିର ହୋଇଛି । ଏହି ମାମଲା ପଶ୍ଚିମବଙ୍ଗ ଏସଏସସି ନିଯୁକ୍ତି ମାମଲା ଭାବରେ ମଧ୍ୟ ଜଣାଶୁଣା ।
ମମତା ବାନାର୍ଜୀଙ୍କୁ “ସୁପ୍ରିମ” ଝଟକା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...