ଭୁବନେଶ୍ୱର : ମନୋରମା ମହାନ୍ତି ହେଲେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶିକା ଦାୟିତ୍ୱ ନେଲେ ମନୋରମା ମହାନ୍ତି । ଦାୟିତ୍ୱ ହସ୍ତାନ୍ତର କଲେ ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ । ପୂର୍ବତନ ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଏହି ବଦଳି ପ୍ରକ୍ରିୟାକୁ ସ୍ୱାଭାବିକ ବୋଲି କହିଛନ୍ତି । ତେବେ ଓଡ଼ିଶାରେ ଫନି ଭଳି ବାତ୍ୟା ତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି । ଏବେ ତାଙ୍କ ବଦଳି କୋଲକାତାକୁ ହୋଇଛି । ନିଜ ଜନ୍ମମାଟିରେ ଦାୟିତ୍ୱ ଗ୍ରହଣ କରିବା ପରେ ବେଶ ଖୁସି ହୋଇଛନ୍ତି ମନୋରମା । କହିଛନ୍ତି, ଓଡ଼ିଶା ଅନେକ ପ୍ରାକୃତିକ ବିପର୍ୟ୍ୟୟର ସାମ୍ନା କରିଆସିଛି । ଏବେ ଓଡ଼ିଶା କ୍ଷେତ୍ରରେ ନିଜର ଦାୟିତ୍ୱ ରହିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ମନୋରମା । ପୂର୍ବରୁ ମନୋରମା ଗୁଜରାଟ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପାଣିପାଗ ବିଜ୍ଞାନୀ ଭାବେ କାର୍ୟ୍ୟରତ ଥିଲେ ।
Views: 88











