ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏଥି ସହ ଏଥିରେ ପ୍ରୋଟିନ୍, ମାଙ୍ଗାନିଜ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫୋଲେଟ୍, ଜିଙ୍କ ଏବଂ ଭିଟାମିନ୍ ପରି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । ହଳଦିଆ ମୁଗ ଡାଲି ପାଣି ଶରୀରରେ ଜମା ହୋଇଥିବା ଚର୍ବିକୁ ଡିଟକ୍ସିଫାଇ କରିବା, ପାଚନକୁ ତ୍ୱରାନ୍ୱିତ କରିବା ଏବଂ ଧମନୀକୁ ସଫା ଏବଂ ସୁସ୍ଥ ରଖିବାରେ ପ୍ରଭାବଶାଳୀ । ତେବେ ଆସନ୍ତୁ ଜାଣିବା ହଳଦିଆ ମୁଗ ଡାଲି ପାଣି ପିଇବାର କ’ଣ ଲାଭ ଅଛି ।
ମଧୁମେହକୁ ରୋକିବାରେ ସାହାଯ୍ୟ କରେ ମୁଗ ଡାଲି । ମୁଗ ଡାଲିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି ଯାହା ଫଳରେ, ଏହା ଶରୀରେ ଇନସୁଲିନ୍ ଏବଂ ଚର୍ବି ସ୍ତରକୁ ତଳକୁ ଆଣିବାରେ ସାହାଯ୍ୟ କରେ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ ମଧ୍ୟ କରେ ଏବଂ ମଧୁମେହର ଆଶଙ୍କା କମ୍ ହେବାକୁ ଲାଗେ । ରକ୍ତଚାପ ନିୟନ୍ତ୍ରଣ କରେ ମୁଗ ଡାଲି । ଶରୀରେ ରକ୍ତଚାପ ନିୟନ୍ତ୍ରଣ ରହିବା ନିହାତି ଆବଶ୍ୟକ । ମୁଗ ଡାଲିରେ ଥିବା ମଗ୍ନେଶୀୟମ ଓ ପୋଟାସିୟମ ଶରୀରର ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ । ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିବା ପାଇଁ ମୁଗଡାଲି ଲାଭଦାୟକ ଅଟେ । କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି । ଓଜନ କମ୍ କରାଏ ମୁଗ ଡାଲି । ମୁଗ ଡାଲି ସେବନ କରିବା ଦ୍ୱାରା ଶୀଘ୍ର ଭୋକ ଲାଗିନଥାଏ । ଯାହା ଫଳରେ ଶରରୀରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି

Facebook
Twitter
LinkedIn
Facebook
Twitter
LinkedIn
Recent News
ମହାକାଳପଡା ତହସିଲଦାର ଗିରଫ
ମହାକାଳପଡା : ମହାକାଳପଡା ତହସିଲଦାର ଶିବ ମଲ୍ଲିକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ...
କ୍ରାଇମବ୍ରାଞ୍ଚରେ ‘ବଣିକ’ ଅଧିକାରୀ
କଟକ : ଏସଆଇ ନିଯୁକ୍ତିରେ କେଳେଙ୍କାରୀ । ଗତକାଲି ‘ବଣିକ’ ଉପରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ‘ବଣିକ’ ର ୩ ଅଧିକାରୀ...
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା
କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...
୯ ଡକାୟତ ଗିରଫ ; ୫ ବନ୍ଧୁକ ଜବତ
କେନ୍ଦୁଝର : ଆନ୍ତଃରାଜ୍ୟ ୯ ଡକାୟତ ଗିରଫ । ୫ଟି ବନ୍ଧୁକ ଜବତ । ଟାଉନ ଥାନା ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ । କେନ୍ଦୁଝର...