କାଲିମେଳା : ମଦ ପାଇଁ ସ୍ତ୍ରୀର ଜୀବନ ନେବାକୁ ପଛାଇଲାନି ନୃଶଂସ ସ୍ୱାମୀ । ମଦ ନଦେବାରୁ ସ୍ତ୍ରୀକୁ ଲାଠିରେ ପିଟି ପିଟି ହତ୍ୟା କରିଛି ରାକ୍ଷସ ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମ.ଭି -୭୯ ଥାନା ଅନ୍ତର୍ଗତ ଗିନିପାଲୀ ଗାଁରେ କ୍ଷ ମୃତ ମହିଳା ଜଣଙ୍କ ହେଉଛନ୍ତି ୩୮ ବର୍ଷିଆ ଭାରତୀ କୁଞ୍ଜ । ଘଟଣାଟି ଘଟିଛି ଅଗଷ୍ଟ ୧୬ ତାରିଖ ଅପରାହ୍ନ ୫ଟା ସମୟରେ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ସ୍ବାମୀ ଭୀମା ନିଶା ଗ୍ରସ୍ତ ହୋଇ ପତ୍ନୀଙ୍କୁ ସବୁ ଦିନ ମାର ପିଟି କରେ । ଏପରିକି ଚାଷବାସ କଥା କିଛି ବୁଝୁ ନଥିଲା ଭୀମା । ବହୁ କଷ୍ଟରେ ଘରର ସମସ୍ତ ଦାୟିତ୍ବ ନେଉଥିଲେ ଭାରତୀ । ସ୍ବାମୀ ଚାଷ ବାସରେ ସାହାଯ୍ୟ କରୁନଥିବାରୁ ଭାରତୀ ନିଜ ଜମି ଚାଷ କରିବା ପାଇଁ କିଛି ଶ୍ରମିକଙ୍କୁ ଡାକିଥିଲେ । ପରମ୍ପରା ଅନୁସାରେ ଭାରତୀ ଘରେ ମଦ ରାନ୍ଧି ଶ୍ରମିକମାନଙ୍କୁ ପିଇବାକୁ ଦେଇଥିଲେ କିନ୍ତୁ ସ୍ୱାମୀକୁ ମଦ ଦେଇନଥିଲେ । ସ୍ତ୍ରୀ ମଦ ନଦେବାରୁ ରାଗରେ ଜଳୁଥିଲା ଭୀମା । ପରେ ଧାନ ତଳି ଉଠାଇବାକୁ ଜମିକୁ ଯାଇଥିଲେ ଭାରତୀ । ଏତିକି ବେଳେ ଭୀମା ସେଠାରେ ପହଞ୍ଚି ଲାଠିରେ ପିଟି ପିଟି ଭାରତୀଙ୍କ ଜୀବନ ନେଇଗଲା ।
ଭୀମାର ଏପରି ନୃଶଂସ କାଣ୍ଡ ଦେଖି ଗ୍ରାମବାସୀ ତାକୁ କାବୁ କରି ପୋଲିସ ଜିମା ଦେଇଥିଲେ କ୍ଷ ମୃତ ସ୍ତ୍ରୀ ଭାରତୀ କୁଞ୍ଜଙ୍କର ଗତକାଲି ବ୍ୟବଚ୍ଛେଦ ହୋଇଥିବା ବେଳେ ସ୍ୱାମୀ ଭିମା କୁଞ୍ଜକୁ ଏମ୍. ଭି-୭୯ ଥାନାରେ ଅଟକ ରଖି ପଚରା ଉଚରା ଜାରି ରହିଛି ।
ମଦ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











