ରାଇରଙ୍ଗପୁର : ମଦ ଦୋକାନ ମାଲିକଙ୍କୁ ଗୁଳି ମାଡ । ଗୋରୁମହିଷାଣୀ ଥାନା କୁଲେଇଶିଳା ଠାରେ ଫାୟାରିଂ । ଗୁଳି ମାଡ କରି ୩ ଦୁର୍ବତ୍ତ ଚମ୍ପଟ । ବାଇକ୍ ରେ ଆସିଲେ ଲୁଟ ଉଦ୍ୟମ କଲେ , ଆଉ ସଫଳ ନ ହେବାରୁ ମାଲିକଙ୍କୁ ଗୁଳିକରି ଆଖି ପିଛୁଳାକେ ଫେରାର ହୋଇଗଲେ ତିନି ଜଣ ଦୁର୍ବୃତ୍ତ । ଗୁଳି ମାଡ଼ରେ ଆହତ ଦୋକାନ ମାଲିକ ସବ୍ୟସାଚୀ ମହାନ୍ତି । ତାଙ୍କୁ ପ୍ରଥମେ ରାଇରଙ୍ଗପୁର ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନ୍ତାନର କରାଯାଇଛି । ସବ୍ୟସାଚୀଙ୍କ ଗୋଡ଼ରେ ଦୁଇଟି ଗୁଳି ବାଜିଛି । ଘଟଣା ସ୍ଥାଲରେ ଗୋରୁମହିଷାଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 41