The Ultimate Managed Hosting Platform
ADVERTISEMENT

ମଝି ଆକାଶରେ ଯାତ୍ରୀଙ୍କ ଚାଲିଗଲା ପ୍ରାଣବାୟୁ ! ଜରୁରୀକାଳୀନ ଲାଣ୍ଡିଂ କଲା ବିମାନ…

Facebook
Twitter
LinkedIn

ନୂଆଦିଲ୍ଲୀ : ବିମାନ ମଝି ରାସ୍ତାରେ ଏମିତି ଏକ ଅଘଟଣ ଘଟିଯାଇଛି, ଯାହା ଫଳରେ ବିମାନକୁ ଜରୁରୀକାଳୀନ ଲାଣ୍ଡିଂ କରିବାକୁ ବାଧ୍ୟ ହୋଇଛନ୍ତି ପାଇଲଟ । ଯିବା ବାଟରେ ବିମାନ ଭିତରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ତେଣୁ ରାଜଧାନୀ ଦିଲ୍ଲୀରୁ ବାହାରି ଦୋହା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଇଣ୍ଡିଗୋ ବିମାନ । ଦୋହାରେ ପହଞ୍ଚିବା ପୂର୍ବରୁ ଫ୍ଲାଇଟକୁ ଅବତରଣ କରାଯାଇଛି ।

ସୂଚନା ମୁତାବକ, ଇଣ୍ଡିଗୋ ୬ଇ-୧୭୩୬ ଫ୍ଲାଇଟ ଦିଲ୍ଲୀରୁ କତରର ଦୋହା ଅଭିମୁଖେ ଟେକ୍-ଅଫ୍ କରିଥିଲା । କିନ୍ତୁ ହଠାତ୍ ନାଇଜେରିଆର ଜଣେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଚିକିତ୍ସା ପାଇଁ ଇମରଜେନ୍ସି ଲାଣ୍ଡିଂ କରାଇଛି ଏହି ବିମାନ । କିନ୍ତୁ ଲାଣ୍ଡି ପରେ ଏୟାରପୋର୍ଟର ମେଡିକାଲ ଟିମ୍ ଯାତ୍ରୀଙ୍କୁ ମୃତ ଘୋଷଣା କରିଛି । ପାକିସ୍ତାନ ନାଗରିକ ଉଡ୍ଡୟନ ପ୍ରାଧିକରଣ(ସିଏଏ) ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାନ, ଇସଲାମାବାଦ(ଏନଆଇଏଚ)ର ଡାକ୍ତରମାନେ ଯାତ୍ରୀଙ୍କୁ ମୃତ୍ୟୁକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login