ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ ନିକଟ ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ । ଷ୍ଟାଡିୟମର ମୁଖ୍ୟ ଫାଟକ ସାମ୍ନା ଭେଣ୍ଡିଂ ଜୋନରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଭେଣ୍ଡିଂ ଜୋନର ୧୧ଟି ଦୋକାନ ଜଳିଗଲା । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଆଜି ଭୋର ୪ ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛିି । ତେବେ ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।
Views: 76