ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଆଜି ଅର୍ଥାତ୍ ବୁଧବାର ଆଫଗାନିସ୍ତାନରେ ୬.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି ବୋଲି ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ୧୨୧କିଲୋମିଟର (୭୫ମାଇଲ) ଗଭୀରତାରେ ଥିଲା । ପ୍ରବଳ ଭୂକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ଭୂମିକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ସମ୍ପର୍କରେ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ସୂଚନା ନାହିଁ । ଗତ ମାସରେ ମଧ୍ୟ ମାର୍ଚ୍ଚ ୨୯ ତାରିଖରେ ଆଫଗାନିସ୍ତାନରେ ଭୂକମ୍ପ ଅନୁମୂତ ହୋଇଥିଲା ।
Views: 32